ମାଓବାଦୀଙ୍କ ମାଲକାନଗିରି ବନ୍ଦ ! ପୁଲିସ ଏନକାଉଣ୍ଟରକୁ ମିଥ୍ୟା ଦର୍ଶାଇ ଆନ୍ଧ୍ର ଓଡିଶା ସୀମାରେ ମାଓ ସଙ୍ଗଠନର ବନ୍ଦ ଡାକରା

ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା

72

କନକ ବ୍ୟୁରୋ: ଆଜି ମାଓବାଦୀଙ୍କ ଦିନିକିଆ ବନ୍ଦ ଡାକରା । ଗତ ୫ ତାରିଖ କୁରମାନୁର ଏନକାଉନ୍ଟର ଓ ୧୨ ଅକ୍ଟୋବରରେ ଘଟି ଥିବା  ଅଣ୍ଡ୍ରାପାଲିି ଏନକାଉନ୍ଟର କୁ ମିଥ୍ୟା ଦର୍ଶାଇ ଆନ୍ଧ୍ର ଓଡିଶା ସୀମାରେ ଦିନିକିଆ ଡାକରା ଦେଇଛି ମାଓ ସଙ୍ଗଠନ । କୁରମାନୁର ଏନକାଉନ୍ଟରରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ନିରୀହ ଗ୍ରାମବାସୀ ପ୍ରାଣ ହରାଇ ଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଅଭିଯୋଗ କରିଛି ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଯୋନାଲ କମିଟି ।

ଏଥିସହ ଗତ ୧୨ ମାଓ ନେତ୍ରୀ ମିନା ଓରଫ ସୁଶିଲା ଙ୍କୁ ସ୍ୱାଭିମାନ ଅଂଚଳ ସ୍ଥିତ ଅଣ୍ଡ୍ରାପାଲି ଠାରେ ଅସୁସ୍ଥ ଅବସ୍ଥା ରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନ ମାନେ ଧରି ନେଇ ହତ୍ୟା କରି ଥିବା ଏ.ଓ.ବି ସଚିବ ଜଗବନ୍ଧୁ ଏହି ପ୍ରେସ ବିବୃତି ଯୋଗେ ଅଭିଯୋଗ ରଖିଛନ୍ତି । ଏହାର ପ୍ରତିବାଦରେ ଆଜି ଆନ୍ଧ୍ର ଓଡିଶା ସୀମାନ୍ତବର୍ତୀ ଜିଲ୍ଲା ମାନଙ୍କରେ ଦିନିକିଆ  ବନ୍ଦ ପାଳନ କରୁଛି ମାଓ ସଙ୍ଗଠନ । ବନ୍ଦ ଯୋଗୁ ଆଜି ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି  ।