ଉତ୍ତରାଖଣ୍ଡରେ ଆତଙ୍କ: ଶଙ୍କରାଚାର୍ଯ୍ୟ ମଠରେ ବି ଫାଟ, ଘର ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ଲୋକେ

137

କନକ ବ୍ୟୁରୋ: ଉତ୍ତରାଖଣ୍ଡର ପାହାଡିଆ ଇଲାକାରେ ଏବେ ହାହାକାର ସୃଷ୍ଟି ହୋଇଛି । ଚାରିଆଡେ ମାଟି , ଘରଦ୍ୱାର ଭାଙ୍ଗିଯାଉଥିବାରୁ ଲୋକେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ନେଇ ଚିନ୍ତାରେ ।

ରେଲୱେ ଟନେଲ ପାଇଁ ସାରା ଇଲାକା ଏବେ ପ୍ରଭାବିତ ହୋଇଛି । ଲୋକଙ୍କ ଘର, ରାସ୍ତା ଜମି ସବୁ ଫାଟି ଆଁ କରିଛି । ଏପରିକି ମଠ ମନ୍ଦିର ଅଧିକ ପ୍ରଭାବିତ ହୋଇଛି । ସେଠାରେ ଥିବା ଶଙ୍କରାଚାର୍ଯ୍ୟଙ୍କ ମଠ ମଧ୍ୟ ଫାଟିଯାଇଛି । କେବଳ ଏତିକି ନୁହେଁ ସେଠିକାର ଏକ ମନ୍ଦିରରେ ଥିବା ଶିବଲିଙ୍ଗରେ ମଧ୍ୟ ଫାଟ ସୃଷ୍ଟି ହୋଇଛି ।

ଅନ୍ୟପଟେ ସେଠାରେ ପାଖାପାଖି ୬୦୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିବାବେଳେ ସେମାନଙ୍କୁ ସୁରକ୍ଷିତ କରିବାକୁ ସେମାନଙ୍କୁ ଅନ୍ୟତ୍ର ସ୍ଥନାନ୍ତର କରୁଛନ୍ତି ସରକାର । ହେଲେ ସେମାନଙ୍କ ମଧ୍ୟରୁ ଅନେକ ନିଜ ଭିଟାମାଟି ଛାଡି ଯିବାକୁ ମଙ୍ଗୁ ନାହାଁନ୍ତି । ଏପରି ସ୍ଥଳେ ଯୋଶୀମଠର ଜନୈକ ସାଧୁ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଅପିଲ କରିଛନ୍ତି ଏବଂ ସେଠାକାର ଲୋକଙ୍କ ଜୀବନକୁ ସୁନିଶ୍ଚିତ କରିବାକୁ ନେଇ ବିଚାର କରିବାକୁ କୋର୍ଟଙ୍କୁ ଆବେଦନ କରିଛନ୍ତି ।