ଅବକାରୀ ଦୁର୍ନୀତି ମାମଲା : ସମନର ଜବାବ ରଖିବାକୁ ଶୋଭାଯାତ୍ରାରେ ଯାଉଛନ୍ତି ମନୀଷ ସିସୋଦିଆ; ଗିରଫ ହୋଇପାରନ୍ତି ବୋଲି ଆଶଙ୍କା

98

କନକ ବ୍ୟୁରୋ : ସିବିଆଇ ସମନର ଜବାବ ରଖିବାକୁ ଶୋଭାଯାତ୍ରା କରି ଯାଉଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦ୍ୱିତୀୟ ଥର ପାଇଁ ଜେରାର ସାମ୍ନା କରିବାକୁ ଯାଉଛନ୍ତି ସିସୋଦିଆ । ଗତକାଲି ଏହି ୧୦ ହଜାର କୋଟି ଟଙ୍କା ଦୁର୍ନୀତି ମାମଲାରେ ସିବିଆଇ ସମନ କରିଥିଲା । ସିସୋଦିଆ କାର ଉପରେ ଛିଡା ହୋଇ ନିଜ ସମର୍ଥକଙ୍କୁ ହାତ ହଲାଇ ସିବିଆଇ ଅଫିସ ମୁହାଁ ଯାଉଛନ୍ତି ।

ଆଉ ତାଙ୍କ ସମର୍ଥକ ଓ ଦଳୀୟ ନେତା ଶହୀଦ ଭଗତ ସିଂହଙ୍କ ଫଟୋ ମଧ୍ୟ ଧରିଥିବା ଦେଖିବାକୁ ମିଳିଛି । ଗତକାଲି ସିବିଆଇ ସମନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସିସୋଦିଆଙ୍କୁ ଏବେର ଶହୀଦ ଭଗତ ସିଂହ ବୋଲି କହିଥିଲେ । ସେହିପରି ଦଳ ଆଶଙ୍କା କରିଛି ଯେ ଆଜି ସିସୋଦିଆଙ୍କୁ ସିବିଆଇ ଗିରଫ କରିପାରେ । ଏହି ମାମଲାରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ଅଗଷ୍ଟ ୧୭ରେ ପ୍ରଥମେ ସିବିଆଇ ମାମଲା ରୁଜୁ କରିଥିଲା । ଆଜିକୁ ଠିକ୍ ଦୁଇ ମାସ ମଧ୍ୟରେ ୪୦୦ରୁ ଅଧିକ ସ୍ଥାନରେ ସିବିଆଇ ଏବଂ ଇଡି ରେଡ୍ କରିଛନ୍ତି । ତିନି ଜଣ ଗିରଫ ହୋଇଛନ୍ତି ।