ନିର୍ବାଚନ ଲଢିବେ ରାଜୁଦାସ । କହିଲେ, ପ୍ରାର୍ଥିପତ୍ର ପ୍ରତ୍ୟାହାରର ପ୍ରଶ୍ନ ଉଠୁନି

138

କନକ ବ୍ୟୁରୋ : ଆଜି ଧାମନଗର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ । ସ୍ୱାଦୀନପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜୁ ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ଥିବା ବେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନଥିବା ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର ଦାସ ।

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ରାଜୁ ଦାସ କହିଛନ୍ତି, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି । ମୁଁ କାହା ଚାପରେ ବସବର୍ତ୍ତୀ ହୋଇନି । ଧାମନଗରବାସୀଙ୍କ ଚାପରେ ବଶବର୍ତ୍ତୀ ହୋଇଛି । ଧାମନଗରର ପ୍ରତ୍ୟେକ ମାଆ ଏବଂ ବୟସ୍କ ଲୋକ ମତେ ପ୍ରେରଣା ଦେଉଛନ୍ତି । କହିଛନ୍ତି ତୁମେ ସ୍ୱାଭିମାନର ଲଢେଇ ପାଇଁ ଆଗକୁ ଗୋଡ କାଢ ଆମେ ତୁମ ସାଙ୍ଗରେ ରହିଛୁ, ଆମେ ତମ ସାଙ୍ଗରେ ଲଢିବୁ ।  କୌଣସି ପଦପଦବୀ ପାଇଁ ମୋର ଲୋଭ ନାହିଁ । ଜନଶକ୍ତି ଆଗରେ ସବୁ ଶକ୍ତି ଫେଲ ମାରିବ । ଲୋକଙ୍କ ସହ ରହିଛି, ଆଉ ଲୋକେ ବି ମୋ ସହିତ ରହିଛନ୍ତି । ମୋର ବିଜୟ ନିଶ୍ଚୟ ହେବ ।