ହସ୍ପିଟାଲ ବେଡରେ ବଢିଲା ଝିଅର ବାପା ! ଗୁଳି କରିଦେଲା ପାଗଳ ପ୍ରେମିକ

28

କନକ ବ୍ୟୁରୋ: ଗତକାଲି ରାତିରେ ଭୁବନେଶ୍ୱରର ଲଷ୍ମୀ ସାଗର ଥାନା ସମ୍ମୁଖରେ ଯେଉଁ ଗୁଳିକାଣ୍ଡ ଘଟିଲା, ତାପଛର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅକୁ ବାହାହେବା ପାଇଁ ଜଣେ ଗୁଣ୍ଡା ବାରମ୍ବାର ତାଙ୍କ ଘରେ ପଶି ବନ୍ଧୁକ ଦେଖାଇ ଧମକ ଦେଉଥିଲା । ଝିଅର ପରିବାର ତାଠାରୁ ବଂଚିବା ପାଇଁ ସାକ୍ଷୀଗୋପାଳ ଘର ଛାଡି ଭୁବନେଶ୍ୱରରେ ଘରଭଡା ଦେଇ ରହିଲେ ।

ତଥାପି ପିଛା ଛାଡିଲାନାହିଁ ସେହି ଗୁଣ୍ଡା ଜଣକ । ଶେଷରେ ଥାନାରେ ବି କଥା ପହଁଚିଲା । ପୁଲିସ ଅଭିଯୁକ୍ତକୁ ବି ଧରିଲା । କିନ୍ତୁ ପୋଲିସ ବାବୁ ଅଭିଯୁକ୍ତକୁ ଧରିଥିବା ଅବସ୍ଥାରେ ଝିଅର ବାପାଙ୍କ ଉପରକୁ ଗୁଳି ଚଳାଇଦେଲା ଗୁଣ୍ଡା ଜଣକ । ଏବେ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଏହି ବଢିଲା ଝିଅର ବାପା ।

ଦେଖନ୍ତୁ ଏହି ଭିଡିଓ-