ତଡା ଖାଇଲେ ବୋଲଡ ଅଭିନେତ୍ରୀ ମଲ୍ଲିକା । କାହିଁକି ଘରୁ ବାହାର କରିଦେଲେ ଘରମାଲିକ ?

53

ବଲିଉଡ ଅଭିନେତ୍ରୀ ମଲ୍ଲିକା ଶେରାୱତଙ୍କ ପିଛା ଛାଡୁନି ବିବାଦ । କେତେବେଳେ ଫିଲ୍ମରେ ବୋଲଡ ସିନକୁ ନେଇ ତ ଆଉ କେତେବେଳେ ତାଙ୍କର ଅଙ୍ଗଭଙ୍ଗୀକୁ ଓ ବୟାନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କର ପୁଣି ଏକ କାରନାମା ଲୋକଲୋଚନକୁ ଆସିଛି । ମଲ୍ଲିକା ଶେରାୱତ ଓ ତାଙ୍କ ବୟଫ୍ରେଣ୍ଡ ସିରିଲଙ୍କୁ ରହୁଥିବା ଆପାର୍ଟମେଂଟରୁ ଘର ମାଲିକ ବାହାର କରି ଦେଇଛନ୍ତି ।

ମଲ୍ଲିକା ଓ ତାଙ୍କ ବୟଫ୍ରେଣ୍ଡ ସିରିଲ ଆଜ୍ୟଫ୍ରେନ୍ସଙ୍କ ସହ ପ୍ୟାରିସର ଏକ ଆପାର୍ଟମେଂଟରେ ରହୁଥିଲେ । କିନ୍ତୁ ରିପୋର୍ଟ ଅନୁସାରେ, ମଲ୍ଲିକା ଓ ତାଙ୍କ ବୟଫ୍ରେଣ୍ଡ ସିରିଲଙ୍କୁ ଘର ମାଲିକ ବାହାର କରିଦେବା ଖବର ମିଳିଛି । କାରଣ ସେ ୮୦,୦୦୦ ୟୁରୋ ବା ୬୪ଲକ୍ଷ ଟଙ୍କା ଘର ମାଲିକଙ୍କୁ ଦେଇପାରିନଥିଲେ । ଯେଉଁଥିପାଇଁ ଘର ମାଲିକ ଦୁହିଁଙ୍କୁ ବାହାର କରିଦେଇଛନ୍ତି । ମଲ୍ଲିକାଙ୍କ ଓକିଲ କହିଛନ୍ତି ବର୍ତ୍ତମାନ ମଲ୍ଲିକା ଓ ସିରିଲଙ୍କ ଆର୍ଥିକ ସ୍ଥିତି ଖରାପ । ଏବେ ତାଙ୍କ ପାଇଁ ବହୁ ଟଙ୍କା ଆବଶ୍ୟକ ।

ଚଳିତ ବର୍ଷ ନଭେମ୍ବର ମାସରେ ତିନି ଜଣ ମୁଖାପିନ୍ଧା ଯୁବକ ମଲ୍ଲିକାଙ୍କ ଘରକୁ ପଶିଯାଇଥିଲେ । ଏବଂ ଦୁର୍ବୃତମାନେ ମଲ୍ଲିକାକୁ ଲୁହବୁହା ଗ୍ୟାସ ସ୍ପ୍ରେ କରି ଲୁଟ କରିଥିଲେ । ଯେଉଁଥିପାଇଁ ସେମାନେ ଘର ମାଲିକଙ୍କୁ ଟଙ୍କା ଦେଇପାରିନଥିଲେ ।

ମଲ୍ଲିକା ପ୍ୟାରିସ ସ୍ଥିତ ଏକ ଭିଆଇପି ଅଂଚଳରେ ରହୁଥିଲେ । ସେହି ସ୍ଥାନରେ ଫିଲ୍ମ ଥଣ୍ଡରବାଲା ଓ ଲାଷ୍ଟ ଟେଂଗ ଭଳି ଫିଲ୍ମ ସୁଟିଂ ହୋଇଥିଲା ।ମଲ୍ଲିକା ତାଙ୍କ ଏବେକାର ବୟପ୍ରେଣ୍ଡ ସିରିଲଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ । ଏହାକୁ ମଲ୍ଲିକା ଅସ୍ୱୀକାର କରିବା ସହ ଏଭଳି ଖବର ପ୍ରଚାର ନକରିବାକୁ କହିଥିଲେ । ଯେଉଁଦିନ ଆମେ ବିବାହ ବନ୍ଧନରେ ବାନ୍ଧି ହେବୁ ଆମେ ନିଶ୍ଚିତ ଆମନ୍ତ୍ରଣ କରିବୁ ବୋଲି କହିଥିଲେ ଏହି ବଲିଉଡ ଅଭିନେତ୍ରୀ । ନିକଟରେ ଏକ ସାକ୍ଷାତକାରରେ ମଲ୍ଲିକାଙ୍କ ବାପା ବି ଏହି ଖବର ପୁରା ମିଛ ବୋଲି କହିଥିଲେ ।

୧୯୯୭ ମସିହାରେ ପଞ୍ଜାବର ନାଭା ଅଂଚଳର କ୍ୟାପଟେନ କର୍ଣ୍ଣ ଗିଲ ସହିତ ବିବାହ କରିଥିଲେ ମଲ୍ଲିକା । କିନ୍ତୁ ତାଙ୍କର ଏହି ବୈବହିକ ଜୀବନ ବେଶି ଦିନ ତିଷ୍ଠି ପାରିନଥିଲା । ୨୦୦୧ ମସିହାରେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ମଲ୍ଲିକା ଛାଡପତ୍ର ନେଇଥିଲେ । ବର୍ତ୍ତମାନ ମଲ୍ଲିକା ସିରିଲ ଅଜ୍ୟପ୍ୟାନ୍ସଙ୍କ ସହ ରହୁଛନ୍ତି ।