ଆଶ୍ଚର୍ଯ୍ୟ ହେଲେ ବି ସତ: ପିଲାଟି ଦିନରୁ ‘ଖଇ’ ଖାଇ ବଞ୍ଚୁଛି ୧୩ ବର୍ଷୀୟା ଝିଅ ।

ବର୍ଷେ ନୁହଁ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ ବର୍ଷ ଧରି 'ଖଇ' ଖାଇ ଜୀବନ ଯାପନ କରୁଛି ଜଣେ ଆଦିବାସୀ ଝିଅ ।

276

କନକ ବ୍ୟୁରୋ: ଖଇ ମୁଢି ଖାଇ ବଂଚିଛି ଜୀବନ । କଥା ଟା ଶୁଣି ଆଶ୍ଚାର୍ଯ୍ୟ ଲାଗୁ ଥିଲେ ହେଁ ଘଟଣା ଟି କିନ୍ତୁ ସତ । ବର୍ଷେ ନୁହଁ କି ଦୁଇ ବର୍ଷ ନୁହଁ, ଦୀର୍ଘ ୧୨ ବର୍ଷ ଧରି ଖଇ ଖାଇ ଜୀବନ ଯାପନ କରୁଛି ଜଣେ ଆଦିବାସୀ ଝିଅ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚମ୍ପାପାଣି ଗାଁର କୁନି ଝିଅ ମୁକ ଗୁରାମୀ । ତେବେ ବଡ କଥା ହୋଉଛି ଏଥି ପାଇଁ ନିଜ ପାଇଁ ନିଜେ ହିଁ ଚୁଲିରେ ଖଇ ତିଆରି କରି ଖାଉଛନ୍ତି ଏହି ଆଦିବାସୀ ଝିଅ ।  ମାଲକାନଗିରି ଜିଲ୍ଲା ଚମ୍ପାପାଣି ଗାଁ ର କୁନି ଝିଅ  ।

ବଞ୍ଚିବାକୁ ହେଲେ ଖାଦ୍ୟର ଆବଶ୍ୟକତା ରହିଛି । ଯେଉଁଥି ପାଇଁ ପ୍ରତିଟି ଲୋକର କ୍ଷୁଧା ମେଣ୍ଟାଇବା ପାଇଁ କିଛି ନା କିଛି ଖାଦ୍ୟ ଜରୁରୀ । କିନ୍ତୁ ମା’ କ୍ଷୀର ଛାଡ଼ିଲା ପରଠାରୁ ମୁକ ଗୁରାମୀ କେବଳ ମୁଢ଼ି ଆଉ ଖଇ ଖାଇ ବଞ୍ଚୁଛନ୍ତି । ମାଲକାନଗିରି ଜିଲ୍ଲା ଟେମରରୁପାଲି ଗ୍ରାମ ପଂଚାୟତ ର ଚମ୍ପାପାଣି ଗାଁ ର ୧୩ ବର୍ଷର ଝିଅ ମୁକ କୁରାମୀ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ପିଲାଟି ଦିନରୁ ମା କ୍ଷୀର ଓ ପରେ ପରେ କେବଳ ଖଇ ଓ ମୁଢି ଖୁଆଇ ମୁକ କୁ ବଡ କରି ଥିଲେ ତାଙ୍କ ବାପା ମା ।  ବର୍ତମାନ ପରିସ୍ଥିତି ଏମିତି ଯେ କେବଳ ଖଇ କୁ ବାଦ ଦେଲେ ଆଉ କିଛି ଖାଦ୍ୟ ଗ୍ରହଣ କରୁନି ମୁକ । ଏମିତି କି ଅନ୍ୟ ଉପରେ ନିର୍ଭର ନ କରି ନିଜ ପାଇଁ ନିଜେ  ଖାଇବା ପ୍ରସ୍ତୁତ କରି ନେଉଛି ମୁକ । ପରିବାର ଲୋକେ ଅନେକ ଥର ମୁକ ଙ୍କୁ ଭାତ ଡାଲି ଖୁଆଇବାକୁ ଚେଷ୍ଟା କରି ଥିଲେ ହେଁ ଭାତ ଖାଉ ଖାଉ ବାନ୍ତି କରି ଦିଅନ୍ତି ମୁକ । ତେଣୁ କେବଳ ଏହି ଘର ତିଆରି ଖଇ ଖାଇ ସମ୍ପୁର୍ଣ ସୁସ୍ଥ ଏହି ଆଦିବାସୀ ଝିଅ । ତେବେ ବୟସ ବଢିବା ସାଙ୍ଗକୁ ଝିଅ ର ସ୍ୱାସ୍ଥ କୁ ନେଇ ଚିନ୍ତିତ ପରିବାର ଲୋକେ ।

୧୩ ବର୍ଷୀୟ ଏହି ବାଳିକାଙ୍କ ଖଇ ଖିଆ ଅଭ୍ୟାସ ଯୋଗୁ ନୁତନ ସମସ୍ୟା ମଧ୍ୟ ମୁଣ୍ଡ ଟେକି ଛିଡା ହୋଇଛି । ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରେ ଭାତ ଡାଲି ଦିଆ ଯାଉ ଥିବା ରୁ ଆଉ ବିଦ୍ୟାଳୟ ନ ଯାଇ ପାଠ ଛାଡି ସାରିଛି ମୁକ । ତେବେ ମୁକଙ୍କୁ ବିଦ୍ୟାଳୟ ଯିବା ଲାଗି ଗ୍ରାମବାସୀ ମାନେ ନିବେଦନ କରୁ ଥିବା ବେଳେ ମୁକ ଭାତ କିମ୍ବା ରୁଟି ଜାତୀୟ ଖାଦ୍ୟ ନ ଖାଇ ବଂଚିବା ବିରଳ ବୋଲି କହିଛନ୍ତି ଡାକ୍ତର । ମୁକକୁ ନେଇ ପରିବାର ଲୋକେ ଅନେକ ଡାକ୍ତର ଓ ବିଶେଷଜ୍ଞ ସହ ପରାମର୍ଶ ମଧ୍ୟ କରି ଥିବା ଜଣା ପଡିଛି । ତେବେ ବର୍ତମାନ ମୁକ ସୁସ୍ଥ ଥିବା ବେଳେ ମୁକଙ୍କ ଏହି ଖଇ ଓ ମୁଢ଼ି ଖିଆ ବିରଳ ଘଟଣା ଏବେ ସମଗ୍ର ମାଲକାନଗିରି ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି ।