ପିଏଫ ଆକାଉଂଟରେ ରହିଛି କି ଏତିକି ଟଙ୍କା ? ତେବେ ସରକାର ପକ୍ଷରୁ ଆପଣଙ୍କୁ ମିଳିବ ୧.୨୪ କୋଟି

3,846

ଯଦି ଆପଣଙ୍କର ପ୍ରୋଭିଡେଂଟ ଫଣ୍ଡ ଆକାଉଂଟ୍ ୧୦ ବର୍ଷ ପୁରୁଣା ହୋଇଗଲାଣି ଆଉ ଏଥିରେ ପାଖାପାଖି ୫ ଲକ୍ଷ ଟଙ୍କା ବାଲାନ୍ସ ରହିଛି ତେବେ ଆପଣଙ୍କୁ ଚାକିରି ବଦଳାଇବା ଉପରେ କିମ୍ବା ଅନ୍ୟ କୌଣସି କାରଣରୁ  ଟଙ୍କା ଉଠାଇବା ଭଳି ଭୁଲ ନକରିବା ଉଚିତ । ଯଦି ଆପଣ ଆପଣଙ୍କର ପିଏଫ ଫଣ୍ଡରୁ ଟଙ୍କା ଉଠାଉ ନାହଁନ୍ତି ତେବେ କଂପାଉଣ୍ଡିଂ କାରଣରୁ ପିଏଫ ଆକାଉଂଟରେ ଆପଣଙ୍କର ଟଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇବ । ଏହାଦ୍ୱାରା ଆପଣ ଅବସର ସମୟରେ ଆପଣଙ୍କର ପିଏଫ ଆକାଉଂଟରେ ଜମା ରକମ ୧ କୋଟିରୁ ଅଧିକ ହୋଇଯିବ ।

ଧରି ନିଅନ୍ତୁ, ଆପଣଙ୍କର ବୟସ ୩୫ ବର୍ଷ ଆଉ ଆପଣଙ୍କର ପିଏଫ ଆକାଉଂଟ ୧୦ ବର୍ଷ ପୁରୁଣାର । ଏବଂ ଆପଣଙ୍କର ପିଏଫ ଆକାଉଂଟରେ ୫ ଲକ୍ଷ ଟଙ୍କା ରହିଛି । ତେବେ ଆପଣଙ୍କର ବର୍ତ୍ତମାନର ବେସିକ  ଦରମା ୨୦,୦୦୦ ଟଙ୍କା ରହିଛି । ଯଦି ଆପଣଙ୍କର ଦରମା ପ୍ରତି ବର୍ଷ ୧୦ ପ୍ରତିଶତର ବୃଦ୍ଧି ପାଉଛି । ତେବେ ଇପିଏଫରେ ଥିବା ୮.୫୫ ପ୍ରତିଶତ ସୁଧ ଦର ହିସାବରେ ୫୮ ବର୍ଷ ବୟସରେ ତଥା ଅବସର ସମୟ ସୁଦ୍ଧା ଆପଣଙ୍କର ପିଏଫ ଆକାଉଂଟରେ ପାଖାପାଖି ୧.୨୪ କୋଟି ଟଙ୍କା ହୋଇଯିବ ।

ମନଥଲି ବେସିକ- ସାଲାରୀ ୨୦,୦୦

ପିଏଫରେ ଆପଣଙ୍କର ମନଥଲି କଂଟ୍ରିବ୍ୟୁସନ- ୧୨ ପ୍ରତିଶତ

ପିଏଫରେ ଏମ୍ଲୋୟର କଂଟ୍ରିବୁାସନ- ୧୨ ପ୍ରତିଶତ

ଦରମାନେ ବାର୍ଷିକ ଅନୁମାନିତ ବଦ୍ଧିତ ହାର- ୧୦ ପ୍ରତିଶତ

ଅବସର ବୟସ- ୫୮ ବର୍ଷ

 ଆପଣଙ୍କର ପିଏଫ ଆକାଉଂଟରେ ଥିବା ବାଲାନ୍ସ- ୫ ଲକ୍ଷ ଟଙ୍କା

ପିଏଫରେ ଉପଲବ୍ଧ ସୁଧ ଦର- ୮.୫୫ ପ୍ରତିଶତ

ରିଟାୟରମେଂଟ ଉପରେ ମୋଟ ଫଣ୍ଡ- ୧.୨୪ କୋଟି ଟଙ୍କା

ଏଠାରେ ଆମେ କହି ରଖୁଛୁ କି, ଯଦି କୌଣସି କଂପାନୀ ବା ସଂସ୍ଥାରେ ୨୦ କିମ୍ବା ୨୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି ତେବେ କଂପାନୀ ପାଇଁ ନିଜର କର୍ମଚାରୀଙ୍କର ଇପିଏଫ ଆକାଉଂଟ ଖୋଲିବା ନିହାତି ଜରୁରୀ । ଇପିଏଫରେ ପ୍ରତି ମାସ କର୍ମଚାରୀଙ୍କର ବେସିକ ଦରମାର ୧୨ ପ୍ରତିଶତର କଂଟ୍ରିବ୍ୟୁସନ ଯାଇଥାଏ ।  ଏବଂ କଂପାନୀ ବି କର୍ମଚାରୀଙ୍କର ବେସିକ ଦରମାର ୧୨ ପ୍ରତିଶତ କଂଟ୍ରିବ୍ୟୁସନ ଇପିଏଫ ଆକାଉଂଟରେ କରିଥାଏ ।