ମାଲକାନଗିରି ପୋଲିସର ବଦାନ୍ୟତା : ପଛୁଆ ଅଂଚଳର ପିଲାଙ୍କୁ ପାଠ ପଢାଇବା ପାଇଁ ନେଇଛନ୍ତି ବଡ ପଦକ୍ଷେପ

28

କନକ ବ୍ୟୁରୋ :  ମାଲକାନଗିରି ପୋଲିସର ବଦାନ୍ୟତା । ଆତ୍ମ ସମର୍ପିତ ମାଓବାଦୀଙ୍କ ପରେ ଏବେ ପଛୁଆ ଅଂଚଳର ପିଲାଙ୍କୁ ପାଠ ପଢାଇବା ପାଇଁ ବଡ ପଦକ୍ଷେପ ନେଇଛି ମାଲକାନଗିରି ପୋଲିସ । ମାଓ ଉପଦୃତ ଅପହଁଚ ଇଲାକାର ପିଲାଙ୍କୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନରେ ପାଠ ପଢାଇବା ଲାଗି ଅଣ୍ଟା ଭିଡିଛି ମାଲକାନଗିରି ପୋଲିସ ।

ବିଶେଷ କରି କାଲିମେଳା, ପଡିଆ ଓ ଚିତ୍ରକୋଣ୍ଡା ଅଂଚଳର ୧୮୮ ଜଣ ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ରାଜଧାନୀ ପଠାଇବାର ବ୍ୟବସ୍ଥା କରିଛି ପୋଲିସ । ଏଥିପାଇଁ ସମସ୍ତ ଥାନା ଅଧିକାରୀ ମାନଙ୍କୁ ନୋଡାଲ ଅଫିସର ଭାବେ ଦାୟୀତ୍ୱ ଦିଆ ଯାଇ ଥିବା ଜାତିଗତ ପ୍ରମାଣପତ୍ର, ରେସିଡେନ୍ସ ସାର୍ଟିଫିକେଟ୍ ଲାଗି ଜିଲ୍ଲା ପ୍ରଶାସନର ସହାୟତା ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସ.ପି. ଜଗମୋହନ ମିନା । ପୂର୍ବରୁ ଶତାଧିକ ଆତ୍ମସମର୍ପିତ ମାଓବାଦୀ ଓ ଆଦିବାସୀଙ୍କୁ ଇଗ୍ନୋ ପାଠ୍ୟକ୍ରମ ମାଧ୍ୟମରେ ସ୍ନାତକ ପାଠ ପଢାଉଛି ମାଲକାନଗିରି ପୋଲିସ ।