ମାଲଦ୍ୱୀପର ନବ ନିଯୁକ୍ତ ରାଷ୍ଟ୍ରପତିଙ୍କ ବିବାଦୀୟ ବୟାନ । କହିଲେ, ଗୋଟିଏ ସପ୍ତାହରେ ଭାରତୀୟ ସେନାକୁ ଦେଶରୁ ବିଦା କରିବୁ

3,389

କନକ ବ୍ୟୁରୋ : ମାଲଦ୍ୱୀପର ନବ ନିଯୁକ୍ତ ରାଷ୍ଟ୍ରପତି ମହମ୍ମଦ ମିଇଜ୍ଜୁ ରାଷ୍ଟ୍ରପତି ପଦଭାର ସମ୍ଭାଳିବାର ଗୋଟିଏ ସପ୍ତାହ ମଧ୍ୟରେ ଭାରତ ବିରୋଧୀ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ‘ଅଲ୍ ଜଜ୍ଜିରା’ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି କି, ଯେଉଁଦିନ ସେ ପଦଭାର ସମ୍ଭାଳିବେ ତାର ଗୋଟିଏ ସପ୍ତାହ ମଧ୍ୟରେ ଭାରତୀୟ ସେନାକୁ ମାଲଦ୍ୱୀପ ଛାଡିବାକୁ ଅନୁରୋଧ କରିବେ ।

କହିରଖୁ କି ମହମ୍ମଦ ମିଇଜ୍ଜୁଙ୍କୁ ବିଶେଷ ଭାବେ ଚୀନ ସମର୍ଥକ ବୋଲି ଗଣାନା କରାଯାଏ । ସେ ଗତମାସରେ ରାଷ୍ଟ୍ରପତି ନିର୍ବାଚନରେ ଇବ୍ରାହିମ୍ ସୋଲିହଙ୍କୁ ପରାଜିତ କରିଥିଲେ । ଇବ୍ରାହିମ୍ ସୋଲିହ ଜଣେ ଭାରତୀୟ ସମର୍ଥକ । ମହମ୍ମଦ ମିଇଜ୍ଜୁ ନିର୍ବାଚନୀ ଇସ୍ତାହାରରେ ଭାରତୀୟ ସେନାକୁ ଦ୍ୱୀପସମୁହର ବିଦା କରିବା ନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ସେ କହିଛନ୍ତି କି, ଏହି ସମସ୍ୟାକୁ କୂଟନୈତିକ ସ୍ତରରେ ସମାଧାନ କରିବେ   ।

ମହମ୍ମଦ ମିଇଜ୍ଜୁ କିଛିଦିନ ତଳେ ଭାରତୀୟ ରାଜଦୂତଙ୍କୁ ସାକ୍ଷାତ କରିଥିଲେ ବୋଲି କହିବା ସହ ଏହି ସମୟରେ ଆମେ ଏହି ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଆବଶ୍ୟକ ବୋଲି କହିଛନ୍ତି । ସେ କହିଛନ୍ତି କି, ଭାରତ ଏହାକୁ ସକରାତ୍ମକ ଭାବେ ଗ୍ରହଣ କରିଛି ଏବଂ ଆଗକୁ ବିଢିବା ପାଇଁ ଆମ ସହ ମିଶି କାମ କରିବେ ବୋଲି କହିଛନ୍ତି ।

ମହମ୍ମଦ ମିଇଜ୍ଜୁ କହିଛନ୍ତି କି ମାଲଦ୍ୱୀପ ଶତାଦ୍ଦୀ ଧରି ଏକ ଶାନ୍ତିପୂର୍ଣ୍ଣ ଦେଶ । ଆମ ଦେଶରେ କେବେ ବି ବିଦେଶୀ ସେନା ରହି ନାହାଁନ୍ତି । ଆମ ପାଖରେ କୌଣସି ବଡ ସାମରିକ ଭିତ୍ତିଭୂମି ନାହିଁ । ଆମ ମାଟିରେ କୌଣସି ବିଦେଶୀ ସେନା ଥିବାରୁ ଆମେ ସୁରକ୍ଷିତ ଅନୁଭବ କରୁନାହୁଁ । ଚୀନକୁ ସମର୍ଥନ କରୁଥିବା ନେଇ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି କି ମାଲଦ୍ୱୀପ ସର୍ବଦା ସମର୍ଥକ ନୀତି ଅନୁସରଣ କରିଥାଏ । କାହାକୁ ଖୁସି କରିବା ପାଇଁ ଆମେ କୌଣସି ଦେଶର ପକ୍ଷ ନେବୁନାହିଁ ।