ଓସ୍କାର ଦୌଡରେ ମଲୟାଲମ୍ ଫିଲ୍ମ ୨୦୧୮, ୨୧ ବର୍ଷ ପରେ ଓସ୍କାର ପାଇଁ ମନୋନୀତ ହେଲା ଭାରତୀୟ ଫିଚର ଫିଲ୍ମ

734

କନକ ବ୍ୟୁରୋ : ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହୋଇଛି ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ । ୨୦୦୨ ଲଗାନ୍ ଚଳଚ୍ଚିତ୍ର ପରେ କୌଣସି ଭାରତୀୟ ଫିଚର ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣି ଦେଇଛି ମଲୟାଲମ୍ ଫିଲ୍ମ ‘୨୦୧୮’ । କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ରର କାହାଣୀ । ଜୁଡେ ଆନ୍ଥୋନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟୋଭିନୋ ଥୋମାସ, କୁଂଚାକୋ ବୋବାନ୍, ଆସିଫ୍ ଅଲ୍ଲୀ, ବିନିତ୍ ଶ୍ରୀନିବାସନ୍, ନାରାଅନ୍ ଏଭଂ ଲାଲ ଅଭିନୟ କରିଛନ୍ତି ।

ଚଳିତ ବର୍ଷ ମେ ମାସରେ ପରଦାକୁ ଆସିଥିଲା ଚଳଚ୍ଚିତ୍ର ୨୦୧୮ । ମଲୟାଲମ୍ ସିନେମା ଇଣ୍ଡଷ୍ଟ୍ରୀରେ ଶ୍ରେଷ୍ଠ ଆୟକାରୀ ସିନେମା ହୋଇଥିଲା ୨୦୧୮ । ୨୦୦୨ ଲଗାନ ପରଠାରୁ ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ପାଇଁ କୌଣସି ଭାରତୀୟ ସିନେମା ମନୋନୀଚ ହୋଇ ନଥିଲା । ଗତ ବର୍ଷ ଓସ୍କାର ପାଇଁ ଭାରତର ଅଫିସିଆଲ ପ୍ରବେଶ ଥିଲା ‘ଛେଲୋ ଶୋ’ । କିନ୍ତୁ ତାହା ମନୋନୀତ ହୋଇ ନଥିଲା । ଏବେ ୨୦୧୮କୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ସିନେ ନିର୍ମାତାଙ୍କ ସମେତ ସାରା ଦେଶର ସିନେ ପ୍ରେମୀ   ।