ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ୨୦ ଓଭରରେ ୩୧୪ ରନ୍ କରି ଟି-ଟ୍ୱେଂଟି ଫର୍ମାଟରେ ବିରଳ ରେକର୍ଡ କରିଛି ନେପାଳ କ୍ରିକେଟ୍ ଟିମ୍

588

କନକ ବ୍ୟୁରୋ : ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଇତିହାସ ରଚିଲା ନେପାଳ । ଟି-୨୦ ଫର୍ମାଟରେ ଏଯାବତ ହୋଇଥିବା ସବୁ ରେକର୍ଡକୁ ଭାଙ୍ଗିଛି ନେପାଳ କ୍ରିକେଟ୍ ଟିମ୍ । ଏସିଆନ୍ ଗେମ୍ସ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ରେ ମଙ୍ଗୋଲିଆ ବିପକ୍ଷ ମ୍ୟାଚ୍ରେ ବିରଳ ପ୍ରଦର୍ଶନ କରିଛି ଟିମ୍ । ୨୦ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୩୧୪ ରନ୍ କରିଛି ନେପାଳ କ୍ରିକେଟ୍ ଟିମ୍ । ଏହାସହ ୟୁବରାଜ ସିଂହଙ୍କ ସବୁଠାରୁ କମ୍ ବଲରେ ଅର୍ଦ୍ଧଶତକୀୟ ପାଳି ଖେଳିବା ରେକର୍ଡକୁ ବି ଭାଙ୍ଗିଛି ନେପାଳ । ନେପାଳ ବ୍ୟାଟ୍ସମାନ୍ ଦିପେନ୍ଦ୍ର ସିଂହ ଏରା ମାତ୍ର ୨ ଓଭରରେ ଅର୍ଦ୍ଧଶତକୀୟ ପାଳି ଖେଳି ୟୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି । ୟୁବରାଜ ସିଂହ ଆଇସିସି ଟି-୨୦ ବିଶ୍ୱକପ୍ ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ୧୨ ବଲରେ ୫୦ ରନ୍ କରିଥିଲେ । ଏଥିରେ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ ୟୁବରାଜ । ହେଲେ ଦିପେନ୍ଦ୍ର ମାତ୍ର ୧୦ ବଲରେ ୫୨ ରନ୍ କରି ଇତିହାସ ସୃଷ୍ଟି କରିଛନ୍ତି । ସେହିପରି ଟିମର କୁଶଲ ମଲ୍ଲା ମାତ୍ର ୩୪ ବଲରେ ଶହେ ରନ୍ କରି ରେକର୍ଡ କରିଛନ୍ତି ।