ମୁଖ୍ୟମନ୍ତ୍ରୀ ରାଲି କରିବେ ବୋଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ! ନିର୍ଦ୍ଦେଶ ଜାରି କଲେ ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ

430

କନକ ବ୍ୟୁରୋ: ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ର୍ୟାଲି କରିବେ ବୋଲି ଜିଲ୍ଲାର ସବୁ ସ୍କୁଲ ବନ୍ଦ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୈନପୁରୀ ଜିଲ୍ଲାରେ ।

ଲୋକସଭା ଉପନିର୍ବାଚନ ପାଇଁ ଆଜି ମୈନପୁରୀରେ ରାଲି କରିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହାପରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲାର ସବୁ ସ୍କୁଲକୁ ବନ୍ଦ ରଖାଯାଇଛି । ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଚିଠି ଲେଖି ପ୍ରତି ସ୍କୁଲକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଲି ଯୋଗୁଁ ରାସ୍ତା ଭିଡ ରହିବ । ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ୟା ଭୋଗିବେ । ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।