ପଦ୍ମପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିବେ ପ୍ରଚାର, ୩ ନିର୍ବାଚନୀ ସଭାକୁ କରିବେ ସମ୍ବୋଧିତ ।

117

କନକ ବ୍ୟୁରୋ : ପଦ୍ମପୁରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ କରିବେ ପ୍ରଚାର । ହେଲିକପ୍ଟର ଯୋଗେ ପଦ୍ମପୁରରେ ପହଞ୍ଚିଛନ୍ତି ନବୀନ । ପର୍ଯ୍ୟାୟକ୍ରମେ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନିର୍ବାଚନୀ ସଭାକୁ କରିବେ ସମ୍ବୋଧିତ । ନିର୍ବାଚନୀ ସଭାରେ ବର୍ଷାଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପ୍ରଚାରକୁ ନେଇ ବିଜେଡି ଶିବିର ବେଶ ଉତ୍ସାହିତ ରହିଛି । ହଜାର ହଜାର କର୍ମୀଙ୍କୁ ନବୀନଙ୍କୁ ସ୍ୱାଗତ କରିବାକୁ ସଭାସ୍ଥଳରେ ଉପସ୍ଥିତ ରହିଛନ୍ତି । ଲଗାତାର ମାରାଥନ ପ୍ରଚାର କରି ବର୍ଷାଙ୍କୁ ଭୋଟ ଦେବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ପଦ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିିବେ । ପ୍ରଚାର ପାଇଁ ଭୁବନେଶ୍ୱରରୁ ଟ୍ରେନ ଯୋଗେ ଯାଇଛନ୍ତି ପଦ୍ମପୁର । ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସଭା କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିବେ । ଧାମନଗର ନିର୍ବାଚନରେ ଷ୍ଟାର ପ୍ରଚାରକ ତାଲିକାରେ ନାଁ ଥିଲେ ବି ପ୍ରଚାର କରିବାକୁ ଯାଇନଥିଲେ ଅପରାଜିତା ।