ବିନା ନୋଟରେ ନିର୍ବାଚନ ଜିତି ପାରିବେନି ଗାନ୍ଧି ! ମହେଶ୍ୱର ମହାନ୍ତିଙ୍କ ନୋଟ୍ ପାଇଁ ଭୋଟ୍ ମନ୍ତବ୍ୟକୁ ନେଇ ଦଳରୁ ଉଠିଲା ସମାଲୋଚନାର ସ୍ୱର !

25

କନକ ବ୍ୟୁରୋ : ଜୋରଧରିଛି ଭୋଟ୍ ପାଇଁ ନୋଟ୍ ବିତର୍କ । ନିର୍ବାଚନୀ ଖର୍ଚ୍ଚ ସଂପର୍କରେ କହିବାକୁ ଯାଇ ମନ୍ତ୍ରୀ ମହେଶ୍ୱର ମହାନ୍ତି ଦେଇଥିବା ମନ୍ତବ୍ୟକୁ ଖୋଦ୍ ତାଙ୍କ ଦଳର ନେତା ନାପସନ୍ଦ କରିଛନ୍ତି । ନେତାଙ୍କ ନିର୍ବାଚନୀ ଖର୍ଚ୍ଚ ସହ ମହାତ୍ମାଗାନ୍ଧୀଙ୍କୁ ଯୋଡ଼ିବା ପ୍ରସଙ୍ଗରେ ବିଜେପି, ଶାସକ ବିଜେଡିକୁ କାଠଗଡ଼ାକୁ ଟାଣିଛି । ଆଉ କଂଗ୍ରେସର ଯୁକ୍ତି ହେଲା-ନିର୍ବାଚନରେ ଯେଉଁ ଭଳି ଭାବେ ଟଙ୍କା ଖର୍ଚ୍ଚ ହେଉଛି-ସାଧାରଣ ଲୋକ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ ।

ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଛି ଭୋଟ୍ ପାଇଁ ନୋଟ୍ ବିତର୍କ । ମହେଶ୍ୱର କହିଥିଲେ ଟଙ୍କା ନଥିଲେ ଜାତିର ମହାତ୍ମା ଗାନ୍ଧୀ ବି ନିର୍ବାଚନ ହାରି ଯାଇଥାନ୍ତେ । ମହେଶ୍ୱରଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନିଜ ଦଳର ନେତାମାନେ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି ।

ବିଜେପୁର ଉପନିର୍ବାଚନରେ ବିଜେପି ଓ ବିଜେଡି ଯେଉଁଭଳି ଟଙ୍କା ଖର୍ଚ୍ଚ କରିଛନ୍ତି ଜଣେ ସାଧାରଣ ଲୋକ ନିର୍ବାଚନ ଜିତିବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । ସେପଟେ ବିଜେପି ନେତା ମଧ୍ୟ ଏହି ପ୍ରସଙ୍ଗରେ ବିଜେଡିକୁ କାଠଗଡାକୁ ଟାଣିଛନ୍ତି । ବିଜେଡି ଅର୍ଥବଳ ପ୍ରୟୋଗ କରୁଛି ତେଣୁ ଏଭଳି ଅଭିଯୋଗ ସାମ୍ନାକୁ ଆସୁଛି ବୋଲି କହିଛି ବିଜେଡି ।ବିଜେପୁର ଉପନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ ନେଇ ଚର୍ଚ୍ଚା ଭିତରେ ମହେଶ୍ୱରଙ୍କ ବୟାନ ସରଗରମ କରିଛି ରାଜ୍ୟ ରାଜନୀତିକୁ ।