ନୀଳକନ୍ଦରକୁ ଫେରୁଛନ୍ତି ଚତୁର୍ଦ୍ଧାମୂରତି: ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଂଜନ କରିବେ କାଳିଆ ସାଆନ୍ତ

69

କନକ ବ୍ୟୁରୋ: ସରିଲା ଘୋଷଯାତ୍ରା । ୧୨ଦିନର ଲୀଳାଖେଳା ଶେଷ ପରେ ଅନ୍ତିମ ଦିନରେ ଦାରୁବ୍ରହ୍ମୁ ନୀଳାଦ୍ରୀ ବିଜେ କରିବେ । ନବଦିନ ବ୍ୟାପି ଘୋଷଯାତ୍ରା ଶେଷ କରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିବେ ଶ୍ରୀଜୀଉ । ପ୍ରଥମେ ମଦନମୋହନ , ରାମକୃଷ୍ଣଙ୍କୁ ଗୋଟି ପହଣ୍ଡିରେ ନିଆଯାଇଛି । କିଛି ସମୟ ପରେ ବଡଭାଇ ବଳଭଦ୍ର ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ଯିବେ । ତାପରେ ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ବଡଦେଉଳକୁ ବିଜେ କରିବେ । ଜଗନ୍ନାଥ ବଡଦେଉଳକୁ ପ୍ରବେଶ କରିବା ସମୟରେ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମା’ ଲକ୍ଷ୍ମୀ ଠାକୁରାଣୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଆଉ ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ । ଯାହାକୁ ଆଧାର କରି ଆଜିର ଦିନକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି ।