ଏବେ ବି ରହସ୍ୟ ଘେରରେ ରୁଚିକା ଆତ୍ମହତ୍ୟା: ପୁଲିସ କହିଲା, ତଦନ୍ତରୁ ଏ ଯାଏଁ ମିଳିନି ରାଗିଙ୍ଗର ସୁରାକ

113

କନକ ବ୍ୟୁରୋ: ସମୟ ଗଢୁଛି ରହସ୍ୟ ବଢୁଛି । ସନ୍ଦେହ ବଢାଉଛି ସୁସାଇଡ ନୋଟ । ରହସ୍ୟ ଘେରରେ ରୁଚିକା ଆତ୍ମହତ୍ୟା । ତେବେ କାହିଁକି ଜଣେ ଛାତ୍ରୀ ଆତ୍ମହତ୍ୟା କଲେ ତାହା ଜାଣିବାକୁ ଶତାଧିକ ଛାତ୍ରୀ,ଅନ୍ତେବାସୀ, ପରିବାର ଲୋକ ଓ ସାଙ୍ଗକୁ ପଚରାଉଚରା କରାଯାଇଛି । ରୁଚିକା ଆତ୍ମହତ୍ୟା ନେଇ ତଦନ୍ତ ଜାରି ରହିଥିବାବେଳେ ଏ ଯାଏଁ ରାଗିଂର କୌଣସି ସୁରାକ୍ ମିଳିନଥିବା ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରୁଚିକା ଆତ୍ମହତ୍ୟା ମାମଲାରେ ସବୁଠାରୁ ବଡ ସମସ୍ୟା ସୃଷ୍ଟି କରିଛି ମୋବାଇଲ ଫୋନ । ସାଇବର ଏକ୍ସପଟ,ର୍ ଟେକ୍ନିକାଲ ଏକ୍ସପର୍ଟ ଓ ସାଇଂଟଫିକ ଟିମକୁ ନେଇ ପୁରା ରୁମକୁ ସର୍ଚ କରାଯାଇଛି । ହେଲେ ସେଭଳି କୌଣସି ତଥ୍ୟ କିମ୍ବା ତଥ୍ୟଭିତିକ ପ୍ରମାଣ ପୁଲିସ ହାତରେ ଲାଗିପାରିନାହିଁ । ତେଣୁ ମୋବାଇଲ ସିଙ୍ଗାପୁର ପଠାଯାଉଛି, ଯାହା ତଦନ୍ତରେ ସହଯୋଗ କରିବ ଓ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି ।

ସାଧାରଣତଃ କୁହାଯାଏ ମୃତ୍ୟୁ ପୂର୍ବରୁ କେହି ମିଛ କହିନଥାନ୍ତି । ତେଣୁ ରୁଚିକା ଚିଠିର ରହସ୍ୟ କଣ ? ମୃତ୍ୟୁ ପୂର୍ବରୁ କାହିଁକି ଚିଠି ଲେଖିଥିଲେ ରୁଚିକା ତାହା ଏବେ ବି ସନ୍ଦେହ ଘେରକୁ ଚାଲିଯାଇଛି । ସେପଟେ ଝିଅକୁ ନ୍ୟାୟ ଦେବା ଲାଗି ମାଆ ଅନଶନ ଜାରି ରଖିଛନ୍ତି । ଏବେ ପ୍ରଶ୍ନ ଉଠୁଛି, ରୁଚିକା ଆତ୍ମହତ୍ୟା ନେଇ କିଏ କହୁଛି ସତ ପୁଲିସ ନା ପରିବାର ଲୋକ । ଆଉ ଆତ୍ମହତ୍ୟା ରହସ୍ୟ ଉପରୁ ପରଦା ହଟିବ କେବେ ।