ମହାନଦୀ ଜଳ ବିବାଦର ସମାଧାନ ପାଇଁ ହେବନି ଅଲଗା ଟ୍ରିବ୍ୟୁନାଲ୍ : ବଜେଟ୍ ଅଧିବେଶନରେ ଆଗତ ହେବ ସଂଶୋଧନ ପ୍ରସ୍ତାବ

15

କନକ ବ୍ୟୁରୋ : ମହାନଦୀ ଜଳ ବିବାଦର ସମାଧାନ ପାଇଁ ହେବନି ଅଲଗା ଟ୍ରିବ୍ୟୁନାଲ୍ । ରାଜ୍ୟ-ରାଜ୍ୟ ମଧ୍ୟରେ ଦେଖାଦେଇଥିବା ଜଳ ବିବାଦର ବିଚାର ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ କରିବେ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର ।

ଆନ୍ତଃ ରାଜ୍ୟ ଜଳ ବିବାଦ ଆଇନ୍ ୧୯୫୬ର ସଂଶୋଧନ ପ୍ରସ୍ତାବ ଆସନ୍ତା ବଜେଟ୍ ଅଧିବେଶନରେ ଆଗତ ହେବ ବୋଲି ଜଣାପଡିଛି । ତେବେ କେନ୍ଦ୍ର ସରକାରଙ୍କ ଗୋଟିଏ ସ୍ଥାୟୀ ଟ୍ରିବ୍ୟୁନାଲ୍ ଗଠନ ନେଇ ନିଷ୍ପତି ପରେ ଓଡିଶା-ଛତିଶଗଡର ମହାନଦୀ ଜଳ ବିବାଦର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ଦେବା ଦିଗରେ ଆଶଙ୍କା ସୃଷ୍ଟି ହୋଇଛି ।

ମହାନଦୀ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବା ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ନିକଟରେ ପିଟିସନ୍ ଦାଖଲ କରିଥିଲେ ରାଜ୍ୟ ସରକାର । ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ଜଳ ବିବାଦର ବିଚାର ପାଇଁ ଏବେ ଦେଶର ଆଠଟି ଟ୍ରିବ୍ୟୁନାଲ କର୍ଯ୍ୟ କରୁଛି ।

ତେବେ ଆଗକୁ ହେବାକୁ ଥିବା ସ୍ଥାୟୀ ଟ୍ରିବ୍ୟୁନାଲରେ ଏ ଆଠଟି ଯାକ ଟ୍ରିବ୍ୟୁନାଲକୁ ମିଶାଇ ଦିିଆଯିବ । ସ୍ଥାୟୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭବେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ ।