ସଫଳ ହେଲା ଅପରେସନ୍ ଲୋକେସ : ୬୦ ଫୁଟର ଗଭୀର ବୋରୱେଲ୍ ଭିତରୁ ୮ ବର୍ଷର ବାଳକ ଉଦ୍ଧାର

128

କନକ ବ୍ୟୁରୋ : ସଫଳ ହେଲା ଅପରେସନ୍ ଲୋକେସ । ୬୦ ଫୁଟର ଗଭୀର ବୋରୱେଲ୍ ଭିତରେ ଫସି ରହିଥିବା ୮ ବର୍ଷର ପିଲାକୁ ସଫଳତାର ସହ ଉଦ୍ଧାର କରାଯାଇଛି । ୨୪ ଘଂଟାର ଅପରେସନ୍ ପରେ ସଫଳତାର ସହ ୮ବର୍ଷୀୟ ଲୋକେଶକୁ ବୋରୱେଲରୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ମଙ୍ଗଳବାର ଦିନ ୮ ବର୍ଷୀୟ ବାଳକ ଲୋକେଶ ବୋରୱେଲ ଭିତରେ ଖସି ପଡିଥିଲା । ଖେଳୁଥିବାବେଳେ ୬୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡିଥିଲା ଲୋକେଶ । ଘଟଣାର ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାମରେ ନିୟୋଜିତ ହୋଇଥିଲା ସ୍ଥାନୀୟ ପୋଲିସ୍ ।

କେବଳ ସେତିକି ନୁହେଁ ଏସଡିଆରଏଫର ୩ଟି ଓ ଏନଡିଆରଏଫର ୨ଟି ଟିମ୍ ଉଦ୍ଧାର କାମରେ ନିୟୋଜିତ ହୋଇଥିଲା । ଲୋକେଶ ବୋରୱେଲ ଭିତରେ ୪୩ ଫୁଟରେ ଫସି ରହିଥିଲା । ପୋଲିସର ସୂଚନା ଅନୁସାରେ ବୋରୱେଲ ସାଇଡ୍ରେ ୪୯ ଫୁଟ୍ ଗଭୀର ଗାତ ଖୋଳାଗଲା । ଏପଟେ ବୋରୱେଲ ଭିତରେ ଲୋକେଶର ସ୍ଥିତି ମଧ୍ୟ ପରଖା ଯାଉଥିଲା । କେବଳ ସେତିକି ନୁହେଁ ଲୋକେଶ ପାଖରେ ୱେବ୍ କ୍ୟାମେରା ପଠାଯାଇ ତା ଉପରେ ନଜର ରଖାଯାଉଥିଲା । ସେପଟେ ଗାତରୁ ଏକ ଟନେଲ୍ ଖୋଳାଯାଇ ପିଲାଟି ପାଖରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ଶେଷରେ ସଫଳତାର ସହ ଲୋକେଶକୁ ଉଦ୍ଧାର କରାଯାଇଥିଲା ।