ଦୁଇଦିନ ଧରି ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା, ଆଗାମୀ ୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ

248

କନକ ବ୍ୟୁରୋ : ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପୁଣି ଆଗାମୀ ୧୨ ଘଂଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ସୂଚନା ମୁତାବକ ବଙ୍ଗୋପସଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବ । ଏହାସହ ଏହି ଲଘୁଚାପ ୧୪ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପଟେ ଏଭଳି ଲଘୁଚାପ କାରଣରୁ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ଆଶଂକା ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଆଜି ଉପକୂଳ ଓଡିଶା ଓ ଆସନ୍ତାକାଲି ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହୋଇପାରେ । ସେପଟେ ପାଣିପାଗ ବିଭାଗ ତରଫରୁ ଯେଉଁ ୧୪ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା ସେହି ଜିଲ୍ଲାଗୁଡିକରେ ଆଜି ବର୍ଷା ଜାରି ରହିଛି । ଅବଶିଷ୍ଠ ୧୬ ଟି ଜିଲ୍ଲାରେ ଆସନ୍ତାକାଲି ଠାରୁ ଲଘୁଚାପ ଜନିତ ବର୍ଷା ହେବ ବୋଲି କୁହାଯାଇଛି ।