ତୁନିଶା ଶର୍ମାଙ୍କ ଆତ୍ମହତ୍ୟାକୁ ନେଇ ନୂଆ ତଥ୍ୟ : ଲଭ ଜିହାଦ ପ୍ରସଙ୍ଗ ଉଠାଇଲେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ; କହିଲେ…

190

କନକ ବ୍ୟୁରୋ : ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୨୪ ତାରିଖରେ ଅଭିନେତ୍ରୀ ଜଣକ ସୁଟିଂ ସେଟରେ ଆତ୍ମହତ୍ୟା କରିଥିଲେ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ତୁନିଷା ଏବେ ବଡ଼ ପଦକ୍ଷେପ କାହିଁଛି ନେଲେ । ପୋଲିସ୍ ମଧ୍ୟ ଏହି ମାମଲାରେ ତଦନ୍ତ ଜୋରଦାର କରିଦେଇଛି । ତୁନିଷାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ । ତୁନିଷାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି ।

ଏହା ଏକ ଲଭ୍ ଜିହାଦ ମାମଲା ଏବଂ ପୋଲିସ ଏହାର ତଦନ୍ତ କରୁଛି । ଏଭଳି ମାମଲା ଦିନକୁ ଦିନ ବଢ଼ୁଥିବା ଦେଖୁଛୁ ଏବଂ ଏହା ବିରୋଧରେ କଠୋର ଆଇନ୍ ଆଣିବା ଉପରେ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ବିଜେପି ନେତା ରାମ କଦମ କହିଥିଲେ ଯେ ଯଦି ଲଭ୍ ଜିହାଦ ମାମଲା ସାମ୍ନାକୁ ଆସେ, ତେବେ ଏହାର ତଦନ୍ତ ଜରାଯିବ । କିନ୍ତୁ ମୁମ୍ବାଇ ଏସପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ଏହି ମାମଲାରେ ସେଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ । ସେପଟେ ତୁନିଷାଙ୍କ ଆତ୍ମହତ୍ୟା ପରେ ସୁଟିଂ ସେଟରେ କିଛି ଲୋକେ ଖୁବ୍ ଭୟଭୀତ ହୋଇଛନ୍ତି ।

ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ ଅଧ୍ୟକ୍ଷ ସୁରେଶ ଗୁପ୍ତା କହିଛନ୍ତି ଯେ ସେଟରେ କିଛି କିଛି ଅଭିନେତ୍ରୀ ଭୟଭୀତ ଅଛନ୍ତି ଏବଂ ସେମାନେ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି । ଏହି ମାମଲାରେ ଏସଆଇଟି ତଦନ୍ତ ଦାବି କରୁଛୁ ବୋଲି ସୁରେଶ କହିଛନ୍ତି । ସୂଚନା ଅନୁସାରେ, ଦାସ୍ତାନ-ଏ-କାବୁଲ ସିରିଏଲରେ ତୁନିଷାଙ୍କ ସହକଳାକାର ଶିଜାନ ଖାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ପରେ ତାଙ୍କୁ ପୋଲିସ୍ ୪ ଦିନିଆ ରିମାଣ୍ଡରେ ନେଇଛି ।