କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଚମ୍ପୁଆ ବନ୍ଦ ଡାକରା । ଦୋକାନ ବଜାର, ରାସ୍ତାଘାଟ ଓ ଗାଡ଼ି ଚଳାଚଳ ବନ୍ଦ

69

କନକ ବ୍ୟୁରୋ : କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଚମ୍ପୁଆରେ ବନ୍ଦ ପାଳନ । ଦୀର୍ଘ ଦିନ ଧରି ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବି କରାଯାଉଥିଲା । ପ୍ରଶାସନର ବୈମାତୃକ ମନଭାବ ଯୋଗୁଁ ଆଜି ଚମ୍ପୁଆ ବନ୍ଦ ପାଳନ କରୁଛି ଚମ୍ପୁଆ ବିକାଶ ପରିଷଦ । ଚମ୍ପୁଆରେ ଏନଏସିରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ପ୍ରଥମରୁ ଦାବି ହେଉଥିବା ବେଳେ ପ୍ରଶାସନ ସ୍ତରରେ କାଳିକା ପ୍ରସାଦରେ ଜମି ଚିହ୍ନଟ କରାଯାଇ ବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରାଯାଇଛି ।

ଏହାକୁ ଚମ୍ପୁଆ ଏନଏସି ଲୋକେ ବିରୋଧ କରୁଛନ୍ତି । ଯେହେତୁ ଚମ୍ପୁଆ ଗୋଟିଏ ହେଡକ୍ୱାର୍ଟର ତେଣୁ କେନ୍ଦ୍ରୀୟ ବିଦ୍ୟାଳୟ ଏନଏସି ଭିତରେ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଏନଏସି ଠାରୁ ବହୁ ଦୁରରେ ବିଦ୍ୟାଳୟ ପ୍ରତିଷ୍ଠା କାହା ସ୍ୱାର୍ଥରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେଣୁ ଆଜି ସକାଳୁ ସମସ୍ତ ଦୋକାନ ବଜାର, ରାସ୍ତାଘାଟ ଓ ଗାଡ଼ିଚଳାଚଳ ବନ୍ଦ କରିଛି ଚମ୍ପୁଆ ବିକାଶ ପରିଷଦ । ଏହା ସହ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି ।