ବଲାଙ୍ଗିରରେ ଗର୍ଜିଲା ବନ୍ଧୁକ: ବ୍ୟବସାୟୀଙ୍କୁ ଗୁଳିମାଡ କରି ୩ଲକ୍ଷ ୬ ହଜାର ଟଙ୍କା ଝାମ୍ପି ନେଇଗଲେ ଦୁର୍ବୃତ୍ତ

ଗୁରୁତର ମ୍ୟାନଜର ସଇଁତଲା ମେଡିକାଲରେ ଭର୍ତ୍ତି

118

କନକ ବ୍ୟୁରୋ: ବଲାଙ୍ଗିରରେ ଫୁଟିଲା ଗୁଳି  । ବଲାଙ୍ଗିର ସଇଁତଳା ଥାନା ଅନ୍ତର୍ଗତ ବିବିନା ସ୍ଥିତ ମଦ ଭାଟିର ମ୍ୟାନେଜରକୁ ଗୁଳି ମାରିଲେ ଦୁର୍ବୁତ୍ତ  । ସୂଚନା ଅନୁଯାୟୀ ମ୍ୟାନେଜର ଓ ତାଙ୍କ ସହଯୋଗୀ ଆଜି ଦିନ ୧୨ଟା ବେଳେ ୩ଲକ୍ଷ ୬ହଜାର ଟଙ୍କା ନେଇଯାଉଥିବା ବେଳେ ଗଣପତ୍ରାପାଲି ନିକଟରେ ୩ଜଣ ଦୁର୍ବୁତ୍ତ ତାଙ୍କୁ ଠେଙ୍ଗା ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ ।

ତେବେ ମ୍ୟାନେଜର ନରେନ୍ଦ୍ର ଗୁପ୍ତା ଠେଙ୍ଗାକୁ ଧରିନେବାରୁ ଜଣେ ଦୁର୍ବୁତ୍ତ ନରେନ୍ଦ୍ରଙ୍କ ବାମ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଖବର ପାଇ ଟିଟଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ । ସେପଟେ ଦୁର୍ବୁତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିବା ନରେନ୍ଦ୍ର ଓ ତାଙ୍କ ସହଯୋଗୀ ଗୌତମ ବ୍ରହ୍ମାଙ୍କୁ ସଇଁତଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଲାଇଛି ।