ବୌଦ୍ଧରେ ଭି.କେ ପାଣ୍ଡିଆନଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ବିରୋଧୀଙ୍କୁ କଲେ ଟାର୍ଗେଟ ।

92

କନକ ବ୍ୟୁରୋ: ବୌଦ୍ଧରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଏହି ଅବସରରେ ଲୋକଙ୍କୁ ବିଜେଡି ସରକାରଙ୍କୁ ସବୁ ସରକାରୀ ଯୋଜନାକୁ ଗୋଟି ଗୋଟି କରି ଗଣାଇବା ସହ ଭୋଟ ପାଇଁ ଅପିଲ କରିଛନ୍ତି ।

ଏହି କ୍ରମରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । କହିଛନ୍ତି, ବିରୋଧୀ ଖାଲି ଭୋଟ ବେଳେ ଲୋକଙ୍କ ପାଖକୁ ଆସନ୍ତି । ଖାଲି କଥା କୁହନ୍ତି ସିନା ହେଲେ କାମରେ କରି ଦେଖାନ୍ତି ନାହିଁ । କିନ୍ତୁ ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତାଙ୍କ ଠାରୁ ଯାହା ବି ସମସ୍ୟା ଶୁଣିଛନ୍ତି ତାକୁ ସମାଧାନ କରିଛନ୍ତି । ତେଣୁ ଏଥର ନିର୍ବାଚନରେ ପୁଣିଥରେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ତାଙ୍କ ଦଳର ଦୁଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଜିତାଇଦିଅନ୍ତୁ । ଫଳରେ ଆଉ ୫ ବର୍ଷ ଆପଣଙ୍କ ସେବା କରିବାକୁ ସୁଯୋଗ ପାଇବେ ମୁଖ୍ୟମନ୍ତ୍ରୀ ।

ଆହୁରି ମଧ୍ୟ କହିଛନ୍ତି, ଏଥର ବୌଦ୍ଧରେ ୯୫ ପ୍ରତିଶତ ଭୋଟିଂ ହେବା ଦରକାର । ପୁଣି ସରକାର ଗଢିଲେ ସେ ନିଜେ ଆସିବେ ଏଭଂ ଲୋକଙ୍କୁ ପୁରସ୍କୃତ କରିବେ, ଆଉ ଯାହା ସମସ୍ୟା ଥିବ ସେସବୁକୁ ବି ସମାଧାନ କରିବେ ବୋଲି କହିଛନ୍ତି ପାଣ୍ଡିଆନ୍ ।