ଛୁଟି ଦିନରେ କାମ ପାଇଁ ଡାକି ଫସିଲେ ମାଲିକ । ଏବେ କର୍ମଚାରୀଙ୍କୁ ଦେବାକୁ ପଡିବ ଦେଢ କୋଟି ଟଙ୍କାର ଜରିମାନା

381

ଏଭଳି ଏକ ଅଜବ ଘଟଣା ଘଟିଛି ଆମେରିକାରେ । ଏଠାରେ ଥିବା ଏକ ହୋଟେଲରେ ବାସନ ସଫା କରୁଥିବା ଜଣେ ମହିଳାଙ୍କୁ ୨୧ ମିଲିୟନ ଡଲାର (୧୫୦ କୋଟି ଟଙ୍କା)ର ଜରିମାନା ଦେବାକୁ ହୋଟେଲ ମାଲିକଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହେଟେଲ ମାଲିକ ମହିଳାଙ୍କୁ ରବିବାର ତଥା ତାଙ୍କର ଛୁଟି ଦିନରେ କାମ କରିବାକୁ ଡକାଉଥିବାର ଅଭିଯୋଗ ରହିଛି ।

ସୂଚନା ମୁତାବକ, ଆମେରିକାରର ଏକ ନାମୀ ହୋଟେଲରେ ପାଖାପାଖି ୬ ବର୍ଷ କାଳ ଧରି ଉକ୍ତ ମହିଳା ଜଣକ କାମ କରୁଥିଲେ । ୨୦୧୫ରେ ତାଙ୍କର କିଚେନ ମ୍ୟାନେଜର ମହିଳା ଜଣଙ୍କୁ ରବିବାର ଦିନ ବି ହୋଟେଲ ଆସି କାମ କରିବାକୁ ମାଲିକଙ୍କ ଆଗରେ ସୁପାରିସ୍ କରିଥିଲେ, ଯେଉଁଥିରେ ହୋଟେଲ ମାଲିକ ରାଜି ହୋଇଯାଇଥିଲେ ଆଉ ମହିଳା ରବିବାର ଦିନ ବି କାମ କରିବାକୁ କହିଥିଲେ ।

ମହିଳାଙ୍କ ଅଭିଯୋଗ ରହିଛି କି, ସେ ଜଣେ ପ୍ରତି ରବିବାର ଚର୍ଚ୍ଚ ଯାଆନ୍ତିା ତେଣୁ ସେ ରବିବାର ଛୁଟି ନିଅନ୍ତି । ହେଲେ ହୋଟେଲ ମାଲିକ ଏହା ଜାଣି ସୁଦ୍ଧା ତାଙ୍କୁ ରବିବାର କାମ କରିବାକୁ ବାଧ୍ୟ କରୁଥିଲେ । ଯାହାଦ୍ୱାରା ତାଙ୍କ ଧାର୍ମିକ ଭାବନାକୁ ବହୁତ ଆଘାତ ପହଂଚିଥିଲା । ସେପଟେ, ହୋଟେଲ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି କି, ତାଙ୍କୁ ଏସଂପର୍କରେ କୌଣସି ବି ସୂଚନା ନଥିଲା କି, ସେ ରବିବାର ଛୁଟି ନେଇ ଚର୍ଚ୍ଚ ଯାଉଥିଲେ ବୋଲି । କାରଣ ତାଙ୍କର ଛୁଟି ଅନ୍ୟ ଦିନମାନଙ୍କରେ ପଡିଥାଏ କିନ୍ତୁ ସେ ତାଙ୍କ ଛୁଟିକୁ ସହକର୍ମୀଙ୍କ ସହ ବଦଳାଇ ଦିଅନ୍ତି । ଏପରିକି ତାଙ୍କୁ ଏସଂପର୍କରେ ବି ଜବାବ୍ ଦେବାକୁ ବି କୁହାଯାଇଥିଲା କିନ୍ତୁ ତାଙ୍କ ତରଫରୁ ସେଭଳି କୌଣସି ମତାମତ ଆସିନଥିଲା । ତେଣୁ ବାଧ୍ୟ ହୋଇ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା ବୋଲି ହୋଟେଲ କର୍ତ୍ତୃପକ୍ଷ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି ।

୨୦୧୭ରେ ମହିଳା ଜଣକ ସିଭିଲ୍ ରାଇଟ୍ସ ଆକ୍ଟ ୧୯୬୪ର ଉଲ୍ଲଂଘନର ଦ୍ୱାହି ଦେଇ ହୋଟେଲ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ତେବେ ଆଇନ ଅନୁସାରେ, ଚାକିରିରେ ଜାତି ଧର୍ମ , ବର୍ଣ୍ଣ , ଲିଙ୍ଗ ଏବଂ ଜାତୀୟତାକୁ ଭିତ୍ତି କରି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇଯାଇଛି । ମାନ୍ୟବର ଅଦାଲତ ମହିଳାଙ୍କର ଦାବିକୁ ଯୁକ୍ତି ଯୁକ୍ତ ପ୍ରମାଣିତ କରିଥିଲେ ଏବଂ ତାଙ୍କୁ ଜରିମାନା ବାବଦକୁ ୨୧ ମିଲିୟନ ଡଲାର ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହୋଟେଲ ମାଲିକଙ୍କୁ ମହିଳାଙ୍କୁ ବକୟା ଟଙ୍କା ୩୫ ଡଲାର ଏବଂ ମାନସୀକ ପିଡା ସହିଥିବାରୁ ଅତିରିକ୍ତ ୫ ଲକ୍ଷ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ କୋର୍ଟର ନିଷ୍ପତିକୁ ବିରୋଧ କରିଛନ୍ତି ହୋଟେଲ ମାଲିକ । ତାଙ୍କର ଦାବି ରହିଛି କି, ମହିଳା ଯେତେବେଳେ ହୋଟେଲରେ କାମ କରୁଥିଲେ ସେତେବେଳେ ତାଙ୍କୁ ସବୁ ପ୍ରକାରର ସୁବିଧା ଦିଆଯାଇଥିଲା । ଏପରିକି ତାଙ୍କର ଧାର୍ମିକ ଭାବନାକୁ ବି ଗୁରୁତ୍ୱ ଦିଆଯାଇଥିଲା । ତେବେ ଆମେ ବୁଝିପାରୁନୁ କି, କୋର୍ଟ ଯେଉଁ ନିଷ୍ପତି ଶୁଣାଇଛନ୍ତି ତାହା ତଥ୍ୟକୁ ଆଧାର କରି ନା ଆଇନ ମୁତାବକ ।