ବିପଦରେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର : ସିଂହଦ୍ୱାର ଓ ଗର୍ଭଗୃହ ଦ୍ୱାରବନ୍ଧରେ ବଡ ଫାଟ

88

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଏଏସ୍ଆଇର ଚରମ ଅବହେଳା । ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ୱାର ନିକଟ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ପୁରୁଣା କବାଟ ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ଯ୍ୟନ୍ତ ଫାଟ ଲମ୍ବିଛି । ଆଉ ଗର୍ଭଗୃହ ଦ୍ୱାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢିବାରେ ଲାଗିଛି ।

ମନ୍ଦିର ସିଂହଦ୍ୱାରର ପ୍ରବେଶ ପଥ ଉପରେ ଥିବା ମଝି କଳସ କଡ଼ରେ ପଥରର ବଡ଼ ଫାଟ ରହିଛି । ଏହି ଫାଟ ଦିନକୁ ଦିନ ଲମ୍ବି ଚାଲିଛି । ବହୁ ବର୍ଷ ହେଲା ମୁଖ୍ୟ ମନ୍ଦିରର ଗର୍ଭଗୃହର ଦ୍ୱାର ବନ୍ଧ ସ୍ଥିତ ଚନ୍ଦ୍ରଶୀଳା ନିକଟରେ ମଧ୍ୟ ଫାଟ ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ଏହି ଫାଟ ପୂରା ସରୁ ଥିଲା । ହେଲେ ଏବେ ଫାଟ ବଡ଼ ହେବାରେ ଲାଗିଲାଣି । ଏହାକୁ ତୁରନ୍ତ ମରାମତି କରାନଗଲେ ଫାଟ ଉପରକୁ ଥିବା ପାଟପଥର ଖସିଯିବାର ଆଶଙ୍କା ରହିଛି । ଦ୍ୱାରବନ୍ଧ ମଧ୍ୟ ଭୁଶୁଡ଼ି ଯିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।