ଜି-୨୦ ଶିଖର ସମ୍ମିଳନୀ : ଆଜି ବାଲି ଯିବେ ପ୍ରଧାନମନ୍ତ୍ରୀ; ଖାଦ୍ୟ, ଶକ୍ତି, ନିରପତା ଆଦି ପ୍ରସଙ୍ଗରେ ହେବ ଆଲୋଚନା

98

କନକ ବ୍ୟୁରୋ : ଆଜି ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ବାଲିରେ ହେବାକୁ ଯାଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଉଛନ୍ତି । । ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ ଅଧକ୍ଷତା କରିବ ।

ବିଶ୍ୱର ବଡ ବଡ ୨୦ ଟି ଦେଶର ପ୍ରତିନିଧୀ ମଣ୍ଡଳ ଜି-୨୦ ସମ୍ମିଳନୀରେ ଭାଗ ନେବେ । ଭାରତ ସହ ଆର୍ଜେଟିନା, ଅଷ୍ଟ୍ରେଲିୟା, ବ୍ରାଜିଲ, କାନାଡା, ଚୀନ, ପ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲି, ଜାପାନ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରିଟେନ୍, ଆମେରିକା ସମେତ ୟୁରୋପିଓ ସଙ୍ଘ ଏଥିରେ ସାମିଲ ହେବେ । ଏହି ସମ୍ମିଳନୀରେ ମୁଖ୍ୟତଃ ଖାଦ୍ୟ, ଶକ୍ତି, ନିରପତା ପ୍ରସଙ୍ଗରେ ଆଲୋଚନା ହେବ ।