ନବୀନ-ନୀତିଶ ଭେଟ ନେଇ ବଢ଼ୁଛି ରାଜନୀତି : ବିଜେଡି କହିଲା ନବୀନଙ୍କ ପ୍ରତି ରହିଛି ସବୁ ଦଳର ନେତାଙ୍କ ସମ୍ମାନ; ବିଜେପିର ଅଭିଯୋଗ…

135

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସାକ୍ଷାତକୁ ନେଇ ବଢ଼ୁଛି ରାଜନୀତି । ନବୀନ-ନୀତୀଶ ଭେଟ ନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ନବୀନଙ୍କ ପ୍ରତି ସବୁ ଦଳର ନେତାଙ୍କ ସମ୍ମାନ ରହିଛି । ନବୀନ ଜଣେ ପୁରୁଖା ରାଜନେତା ଓ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ଏବଂ ନୀତୀଶଙ୍କ ସହ ତାଙ୍କ ପୁରୁଣା ବନ୍ଧୁତା ରହିଛି ।

ସେପଟେ ବିଜେପି ଅଭିଯୋଗ ଆଣି କହିଛି, ତୃତୀୟ ସାମ୍ମୁଖ୍ୟ ମେଣ୍ଟ ପାଇଁ ପ୍ରୟାସ କରୁଛନ୍ତି ନୀତୀଶ । ହେଲେ ରାଜନୈତିକ ଚର୍ଚ୍ଚା ହୋଇନଥିବା କହି କିଛି ଲୁଚାଉଛନ୍ତି କି ନେତା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ତେବେ ରାଜନୈତିକ ଚର୍ଚ୍ଚା ହୋଇନି ବୋଲି କହିବା ସତ୍ୟର ଅପ୍ରଳାପ ଏବଂ କହିବାର ନୈତିକ ସତସାହସ ନାହିଁ ବୋଲି ବିଜେପି କହିଛି ।