ଏଣିକି ସୋମବାର ବ୍ୟତୀତ ଅଲଗା ଦିନ ସରକାରୀ ଦପ୍ତରର ଚକ୍କର କାଟି ପାରିବେନି ଅଧ୍ୟ।ପକ

77

କନକ ବ୍ୟୁରୋ : ଏଣିକି ଆଉ ସରକାରୀ ଦପ୍ତରର ଚକ୍କର କାଟି ପାରିବେନି ଅଧ୍ୟ।ପକ । ଏହି ନିର୍ଦେଶନାମାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟାପକମାନଙ୍କୁ ତାଗିଦ୍ କରାଯାଇଛି । କେବଳ ସୋମବାର ଧାର୍ଯ୍ୟ ହୋଇଥିବା ଗ୍ରିଭାନସ୍ ଦିବସରେ ହି ବିଭାଗୀୟ ଅନୁମତିରେ ସରକାରୀ କାର୍ଯ୍ୟାଳୟ ଆସି ପାରିବେ।

କେତେବେଳେ ବଦଳି ପାଇଁ ତ କେବେ ଆନଦୋଳନର ଆଲୋଚନା ପାଇଁ ଏମାନେ କଲେଜରୁ ଛୁଟି ନେଇ ସଚିବାଳୟ ଓ ଉଚ୍ଚଶିକ୍ଷା ନିରଦେଶାଳୟ ଭ୍ରମଣ କରନ୍ତି। ଯେଉଁଥି ପାଇଁ କଲେଜରେ ପାଠପଢା ବାଧାପ୍ରାପ୍ତ ହେଉଛି। ଏହି କାରଣରୁ ୧୮୦ ଦିନର ପାଠପଢା ପ୍ରଭାବିତ ହୋଇଥାଏ। ଗତ କିଛି ହେବ ଅଧ୍ୟାପକମାନଙ୍କ ଆନଦୋଳନ ଯୋଗୁ ମଧ୍ୟ କଲେଜରେ ପାଠପଢା ବନ୍ଦ ରହୁଛି । ଯାହା ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ନିରଦେଶ କରେ।

ଶିକ୍ଷାରେ ସଂସ୍କାର ସହ ଅଧ୍ୟାପକମାନଙ୍କ ମଧ୍ୟରେ ଅନୁଶାସନ ପାଇଁ ଏହି ନିୟମ କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ତେବେ ସରକାରଙ୍କ ଏପରି ନିର୍ଦେଶନାମା ନେଇ ଅଧ୍ୟାପକ ମହଲରେ ମିଶ୍ର ପ୍ରତିକ୍ରିୟା ରହିଛି। ଯଦି ସରକାର ଅଧ୍ୟାପକମାନଙ୍କ ସମସ୍ୟାର ସମାଧାନ କରି ଦିଅନ୍ତେ, ତେବେ କେହି ସଚିବାଳୟ କି ଉଚ୍ଚଶିକ୍ଷା ବିଭାଗ ବାରମ୍ବାର ଦୌଡନ୍ତେ ନାହିଁ ବୋଲି ସେମାନେ କହିଛନ୍ତି।