ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ : ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ

300

କନକ ବ୍ୟୁରୋ : ଲମ୍ପି ସ୍କିନ୍ ରୋଗକୁ ନେଇ ବଢିଲା ଭୟ । ୧୪ ଜିଲ୍ଲାକୁ ଆଲର୍ଟ କଲା ପ୍ରାଣୀସମ୍ପଦ ବିଭାଗ । ସୀମାନ୍ତ ଜିଲ୍ଲାର ବ୍ଲକ ଓ ଗାଁରେ ହେବ ବ୍ୟାପକ ସଚେତନତା । ଆନ୍ତଃରାଜ୍ୟ ଗୋ-ମଇଁଷି ପରିବହନ ଉପରେ ଲାଗିଲା କଟକଣା । ଗାଈ, ଗୋରୁ, ମଇଁଷିଙ୍କ ଦେହରେ ଦେଖାଦେଉଛି ଲମ୍ପି ସ୍କ୍ରିନ ଡିଜିଜି । ଯାହାକୁ ନେଇ ବଢିବାରେ ଲାଗିଛି ଭୟ । ଏହି ରୋଗ ରାଜ୍ୟରେ ବ୍ୟାପିବା ପରେ ସତର୍କତା ଜାରି କରିଛନ୍ତି ରାଜ୍ୟ ସରକାର ।

ଏନେଇ ପ୍ରାଣୀ ସମ୍ପଦ ବିଭାଗର ସଚିବ ଅରବିନ୍ଦ ପାଢୀ ରାଜ୍ୟର ୧୪ଟି ଜିଲ୍ଲାକୁ ଆଲର୍ଟ କରିଛନ୍ତି । ବାଲେଶ୍ୱର, ଝାରସୁଗୁଡା, କେନ୍ଦୁଝର, ମୟୁତଭଞ୍ଜ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, ସୁନ୍ଦରଗଡ, ବରଗଡ, ସମେତ କଳାହାଣ୍ଡି, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ସତର୍କ କରାଯାଇଛି । ପ୍ରାଣୀ ସମ୍ପଦ ଭିବାଗ ଏହାକୁ ନେଇ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି । ସୀମାନ୍ତ ଜିଲ୍ଲା, ବ୍ଲକ ଓ ଗାଁ ଗୁଡିକରେ ବ୍ୟାପକ ସଚେତନତା ସହ ୫ କିମି ପରିଧି ଉପରେ ନଜର ରଖାଯାଇଛି ।

ଆବଶ୍ୟକ ପରିମାଣର ଓøଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋ-ମଇଁଷି ପରିବହନରେ କଟକଣା ଲଗାଯାଇଛି । ସେମାନେ ରହୁଥିବା ସ୍ଥାନକୁ ବିଶୋଧନ କରିବା ସହ ରୋଗ ଚିହ୍ନଟ ହୋଇଥିବା ପଶୁଙ୍କୁ ପୃଥକ ରଖିବାକୁ କୁହାଯାଇଛି । ଅନ୍ୟ ପଶୁଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।