ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀ ।

99

କନକ ବ୍ୟୁରୋ: ଚାକିରି ବଦଳରେ ଜମି ଲେଣଦେଣ ମାମଲାରେ ତନାଘନା ଚଳାଇଛି ପ୍ରବର୍ତ୍ତନ ମନ୍ତ୍ରାଳୟ (ଇଡି) । ଯାଞ୍ଚ ବେଳେ ଲାଲୁ ଯାଦବ ଓ ତାଙ୍କର କିଛି ସମ୍ପର୍କୀୟଙ୍କ ବିରୋଧରେ ମଧ୍ୟ ଅଣ୍ଟା ଭିଡିଛି ଇଡି । ମୁମ୍ବାଇ, ପାଟଣା ଓ ରାଞ୍ଚିର ବାସଭବନ ଓ କାର୍ଯ୍ୟାଳୟରେ ଚଢଉ କରିବା ପରେ ଆଜି କୋର୍ଟରେ ହାଜର ହେବାକୁ ଯାଉଛନ୍ତି ଲାଲୁ ଯାଦବ, ପତ୍ନୀ ରାବଡି ଦେବୀ ଓ ଝିଅ ମିସା ଭାରତୀ ।

୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ଦେବାକୁ ଲୋକଙ୍କ ଠାରୁ ଜମି ବଦଳ ନେଇଥିଲେ । ଏବଂ ଯାହାଠୁ ପଇସା ଦେଇ କିଣିଥିଲେ ତାକୁ ଶାଗ ମାଛ ଦରରେ କିଣି ନେଇଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ଜମିକୁ ଉପହାର ଭାବେ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ। ରେଲୱେ ନିଯୁକ୍ତିରେ ଜାଲିଆତି ହୋଇଛି ଏବଂ ରେଳବାଇରେ ନିଯୁକ୍ତ ପାଇଁ ଥିବା ନିର୍ଦ୍ଦିଷ୍ଟ ନିୟମର ଉଲ୍ଲଂଘନ ହୋଇଛି ବୋଲି ସିବିଆଇ ଏହାର ଚାର୍ଜସିଟ୍‌ରେ ଦର୍ଶାଇଛି।