ସାଙ୍ଗ ସହ ବ୍ୟାଡମିଣ୍ଟନ ଖେଳୁ ଖେଳୁ ଟଳିପଡିଲେ, କ୍ଷଣିକରେ ଚାଲିଗଲା ଜୀବନ ।

123

କନକ ବ୍ୟୁରୋ: କେବେ ବସିଥିବାବେଳେ , କେବେ ଗୀତ ଗାଉଥିବାବେଳେ , ନାଚୁଥିବାବେଳେ ହେଉ ବା ଗାଡି ଚଳାଉଥିବାବେଳେ ହଠାତ୍ ଜୀବନ ଚାଲିଯାଉଥିବା ଖବର ଆଜିକାଲି ଅନେକ ସଂଖ୍ୟାରେ ଶୁଣିବାକୁ ମିଳୁଛି । ଏଭଳି ଆଉ ଏକ ଖବର ଆସିଛି ନାଗପୁରରୁ ।

କୋଟରେ ନିଜ ସାଙ୍ଗ ସହିତ ବ୍ୟାଡମିଣ୍ଟନ ଖେଳୁଥିଲେ ୪୬ ବର୍ଷୀୟ ବ୍ୟକ୍ତି । ହଠାତ୍ ତଳେ ପଡି ବେହୋସ୍ ହୋଇଗଲେ । ତାଙ୍କୁ ତୁରନ୍ତ ପାଖ ସେଣ୍ଟ୍ରାଲ ରେଲୱେ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାର ଅଥିକ ଯାଞ୍ଚ କରିବାକୁ ଅନୁରାଧ କରିବା ପରେ ପୁଲିସ ମୃତ୍ୟୁ ମାମଲା ଦାଏର କରାଯାଇ ଯାଞ୍ଚ ଚଳାଇଛି । ଯଦିଓ ବ୍ୟକ୍ତିଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ହେଲେ ଏହା ହୃଦଘାତ ବୋଲି ଆଶଙ୍କା କରାଯାଉଛି ।