ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ ବଡ ଖୁଲାସା, ଖୁବଶୀଘ୍ର ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ଚୀନ !

1,584

କନକ ବ୍ୟୁରୋ : ଭାରତର ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ଏବେ ଉଭୟ ଚୀନ ଓ ଭାରତ ସେନା ସଂଖ୍ୟା ବଢାଇବାରେ ଲାଗିଛନ୍ତି । ଦୁଇ ପରମାଣୁ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ର ପରସ୍ପରକୁ ଟକ୍କର ଦେବାକୁ କଡା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆମେରିକାର ଗୁଇନ୍ଦା ସଂସ୍ଥା ଜାରି କରିଥିବା ତାର ବାର୍ଷିକ ରିପୋର୍ଟରେ ବଡ ଖୁଲାସା କରିଛି । ଏହି ରିପୋର୍ଟରେ କୁହାଯାଇଛି କି, ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ବଢୁଥିବା ସ୍ଥିତିରେ ଆମେରିକାର ନାଗରିକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ ଓ ଉଭୟ ଦେଶ ଆମେରିକାର ହସ୍ତକ୍ଷେପ ମାଗି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।

ରିପୋର୍ଟରେ କୁହାଯାଇଛି କି ୨୦୨୦ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଘାତକ ସଂଘର୍ଷ କାରଣରୁ ଉଭୟ ଦେଶ ମଧ୍ୟରେ ଶତ୍ରୁତା ସଂପର୍କ ରହିବ । ସେପଟେ ଉଭୟ ଦେଶ ଏହି ସମସ୍ୟାର ସମାଧାନ ପାଇଁ ଲଗାତର ଦ୍ୱୀପାକ୍ଷୀକ ସୀମା ବାର୍ତ୍ତା କରିବା ସହ କିଛି ସମସ୍ୟା ଉପରେ ସହମତି ମଧ୍ୟ ହୋଇଛି । ରିପୋର୍ଟ ମୁତାବକ ଚୀନ ଓ ଭାରତୀୟ ସେନା ମଧ୍ୟରେ ଲାଗିରହିଥିବା ଛୋଟ ଛୋଟ ସଂଘର୍ଷ କୌଣସି ସମୟରେ ବଡ ସଂଘର୍ଷର ରୂପ ନେଇପାରେ ।

ସୂଚନା ଥାଉକି ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ପୂର୍ବ ଲଦାଖରେ ୩୦ମାସ ହେବ ଛୋଟ ଛୋଟ ସଂଘର୍ଷ ଦେଖିବାକୁ ମିଳିଛି । ପେଙ୍ଗାଙ୍ଗ ହିଲ ଅଞ୍ଚଳରେ ହୋଇଥିବା ସଂଘର୍ଷ ପରେ ୨୦୨୦ ମେ’୫ ତାରିଖରେ ପୂର୍ବ ଲଦାଖ ସୀମାର ଗଲୱାନ ଘାଟି ନିକଟରେ ଦୁଇଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଚୀନ ସେନା ତରଫରୁ ଭାରତୀୟ ସେନାଙ୍କ ଉପରେ ପଥର ଓ କଣ୍ଟାଲଗା ରଡ ସହାୟତାରେ ବର୍ବର ଆକ୍ରମଣ କରାଯାଇଥିଲା ।