ଲିଫ୍ଟ ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ : ଯୁବକକୁ ଅଟକ ରଖି ପୋଲିସର ପଚରାଉଚରା

214

କନକ ବ୍ୟୁରୋ : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କୁ ଲିପ୍ଟ ଦେବା ବାହାନାରେ ନିଛାଟିଆ ଜାଗାକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଯୁବକକୁ ଧରି ନିର୍ଦ୍ଧୁମ ଛେଚିବା ପରେ ପିସିଆରକୁ କଲ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ଯୁବକକୁ ଗିରଫ କରିଛି ।

ଯୁବତୀ ଜଣଙ୍କ ଯାଜପୁରର ହୋଇଥିବା ବେଳେ ଭୁବନେଶ୍ୱରର ଏକ ହୋଟେଲରେ କାମ କରନ୍ତି । କାମ ସାରି ଘରକୁ ଫେରୁଥିବା ବେଳେ ଯୁବତୀ ଜଣଙ୍କ ରାସ୍ତାରେ ବସକୁ ଅପେକ୍ଷା କରିଥିଲେ । ଠିକ୍ ଏହି ସମୟରେ ଯୁବକ ଜଣକ ତାଙ୍କୁ ଲିପ୍ଟ ଦେବା ବାହାନାରେ ଡାକି ନେଇଥିଲେ । ମୈତ୍ରୀ ବିହାର ଥାନା ପୋଲିସ ସତ୍ୟ ନାରାୟଣ ସାହୁଙ୍କୁ ଗିରଫ କରିଛି । ଘଟଣାର ଅଧିକ ତଦନ୍ତ ପାଇଁ ୧୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ । ଅଭିଯୁକ୍ତର ଘର ମଞ୍ଚେଶ୍ୱର ଥାନା ଗାଡକଣ ଉପରସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି ।