ମାତ୍ର ୯ଘଂଟାରେ ସଂପୂର୍ଣ୍ଣ ଭାବେ ତିଆରି ହେଲା ରେଳ ଷ୍ଟେସନ । ଇଂଜିନିୟର ଦେଖାଇଲେ ନିଜ କଳାର କମାଲ
ସବୁଠାରୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଦେଶର ଅନ୍ୟଏକ ଦିଗ ହେଉଛି ସରାକାରୀ କଟକଣା । ଆମ ଦେଶରେ ଗୋଟିଏ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ବର୍ଷ ବର୍ଷ ଲାଗୁଥିବା ବେଳେ କିଛି ଦେଶ ରହିଛି ଯେଉଁଠି ମାତ୍ର ଦୁଇ ରୁ ତିନି ଦିନରେ କମ୍ପାନୀ ନିର୍ମାଣ ପାଇଁ ସରକାରଙ୍କ ଅନୁମତି ମିଳିଯାଏ । ଟେକ୍ନୋଲୋଜି କ୍ଷେତ୍ରରେ ଚୀନ ଯେପରି ବୈପ୍ଳବିକ ପରିବର୍ତନ ଆଣୁଛି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଚୀନରେ ଯେତିକି ସ୍ପିଡରେ ଟ୍ରେନ ଚାଲୁଛି ସେତିକି ସ୍ପିଡରେ ଷ୍ଟେସନ ବି ନିର୍ମାଣ ହୋଇପାରୁଛି । ଚୀନର ଫୁଜିଆନ ଅଂଚଳରେ ଇଂଜିନିୟରମାନଙ୍କ ଏଭଳି ଏକ କାରନାମା ସମସ୍ତଙ୍କ ପାଇଁ ଚର୍ଚାର ଖୋରାକ ଯୋଗାଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଜନବସତି ଅଂଚଳରେ ଆବଶ୍ୟକ ଥିବା ତିନୋଟି ଟ୍ରେନ ଲାଇନକୁ ମାତ୍ର ୯ଘଂଟାରେ ରେଳ ଷ୍ଟେସନ ତୟାର କରିପାରିଛନ୍ତି ।
ଆମଦେଶରେ ଏହି କାମ କରିବା ପାଇଁ ମାସ ମାସ ଲାଗୁଥିବା ବେଳେ ଚାଇନା ସମଗ୍ର ବିଶ୍ୱଆଗରେ ନିଜ ଦେଶ କିପରି ଟେକ୍ନୋଲୋଜି କ୍ଷେତ୍ରରେ ଆଗୁଆ ତାର ଉଦାହରଣ ଦେଖାଇପାରିଛି । ଆଗୁଆ ପରିକଳ୍ପନା, କାମର ବିଭାଗୀକରଣ ଓ ୧୫ଶହ ଶ୍ରମିକଙ୍କୁ ନେଇ ଷ୍ଟେସନ କାମ କରାଯାଇଥିଲା ।
ଶ୍ରମିକ,ଇଂଜିନିୟର ଏପରି ଭାବରେ କାମ କରିଥିଲେ ଯାହା ଆପଣ ବିଶ୍ୱାସ କରିପାରିବେ ନାହିଁ । କେବଳ ଟ୍ରେନ ଲାଇନ ନୁହେଁ, ବିଲିଡିଂ, ଟ୍ରାକ୍ସ ଓ ସିଗନାଲ ସବୁକିଛି ମାତ୍ର କେତେ ଘଂଟାରେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଦେଇଥିଲେ । ଏଥିରୁ ଆପଣମାନେ ଚାଇନା ଇଂଜିନିୟରଙ୍କ ଦିମାକ କେତେ ସ୍ପିଡରେ କାମ କରୁଛି ଆକଳନ କରିପାରୁଥିବେ ।
ଏହି ଷ୍ଟେସନ ତିଆରି କାମ ଏତେ ଶୀଘ୍ର କରିବାର ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଅଂଚଳର ଟ୍ରେନ ଲାଇନ ଯଥା ଲାଙ୍ଗାଙ୍ଗ ରେଲୱେ, ଜେନେରୁଲାଙ୍ଗ ରେଲୱେ ଓ ଜୟଲାଙ୍ଗ ରେଲୱେକୁ ନୂଆ ରେଳପଥ ନଙ୍ଗାଲାଙ୍ଗ ସହ ଯୋଡିବା ଜରୁରୀ ଥିଲା । ୨୪୬କିଲୋମିଟର ଏହି ନୂଆ ରେଳ ଲାଇନରେ ଲୋକାଲ ଟ୍ରେନ ଘଂଟା ପ୍ରତି ୨୦୦ କିଲୋମିଟର ବେଗରେ ଦୌଡିବ । ୨୦୧୮ ଶେଷ ସୁଦ୍ଧା ଏହି ନୂଆ ରେଳପଥ କାର୍ଯ୍ୟକ୍ଷମ ବୋଲି ଜଣାପଡିଛି ।
ସୌଜନ୍ୟ : ଦୈନିକ ଭାସ୍କର