ଆଜିଠାରୁ ଲାଗୁ ହେଉଛି ଜିଏସଟିର ନୂଆ ମୂଲ୍ୟ ! ଜାଣନ୍ତୁ କେଉଁ କେଉଁ ସାମଗ୍ରୀ ଓ ସେବା ହେବ ଶସ୍ତା

48

୫୩ଟି ସେବା ଓ ୨୯ଟି ସାମଗ୍ରୀ ପାଇଁ ଜିଏସଟିର ନୂଆ ମୂଲ୍ୟ ଆଜିଠାରୁ ଲାଗୁ ହେଉଛି । ଏହାର ଅର୍ଥ ହେଲା ଆଜିଠାରୁ ଏହି ସାମଗ୍ରୀ ଗୁଡ଼ିକ ଶସ୍ତା ହୋଇଯିବ । ନୂଆ ଜିଏସଟି ମୂଲ୍ୟ ଲାଗୁ ହେବା ପରେ ପୁରୁଣା କାର, ହୀରା ସମେତ ଅନେକ ସାମଗ୍ରୀର ମୂଲ୍ୟ କମିଯିବ । ଜିଏସଟି ମୂଲ୍ୟରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ସରକାରଙ୍କ ଉପରେ ଅଧିକ ୧୦୦୦-୧୨୦୦ କୋଟି ଟଙ୍କାର ରାଜସ୍ୱ ବୋଝ ପଡ଼ିବ । ତେବେ ଆସନ୍ତୁ ଉକ୍ତ ସାମଗ୍ରୀ ଓ ଟାକ୍ସ ମୂଲ୍ୟ ବିଷୟରେ ଜାଣିବା, ଯାହା ପରିବର୍ତ୍ତନ ହେବାକୁ ଯାଉଛି . . .

 

 

କେଉଁ ସାମଗ୍ରୀରେ ୨୮ ରୁ କମି ୧୮ ପ୍ରତିଶତ ହେବ ଜିଏସଟି –
ପୁରୁଣା ତଥା ବ୍ୟବହାର କରାଯାଇଥିବା କାର , ଜୈବିକ ଇନ୍ଧନରେ ଚାଲୁଥିବା ବସ୍

୨୮ରୁ ପ୍ରାସ ପାଇଁ ୧୨ ପ୍ରତିଶତ ହେବ ଜିଏସଟି-
ସମସ୍ତ ପ୍ରକାର ପୁରୁଣା ମୋଟର ଗାଡ଼ି

୧୮ରୁ ହ୍ରାସ ହୋଇ ୧୨ ପ୍ରତିଶତ ଜିଏସଟି ଅନ୍ତର୍ଗତ ଆସୁଥିବା ସାମଗ୍ରୀ –
୨୦ ଲିଟର ପିଇବା ପାଣି ବୋଟଲ, ଫରେନସିକ ଏସିଡ଼ରେ ତିଆରି ଖାଦ, ବାୟୋଡ଼ିଜେଲ୍, ଜୈବିକ କୀଟନାଶକ, ଘର ତିଆରିରେ ଆସୁଥିବା ବାଉଁଶ, ମେକାନିକାଲ ସ୍ପ୍ରେ

୧୮ରୁ କମି ୫ ପ୍ରତିଶତ ହୋଇଥିବା ସାମଗ୍ରୀ –
କୋନରେ ମିଳୁଥିବା ମେହେନ୍ଦି, ଘରେ ଗ୍ୟାସ ଭର୍ତ୍ତି କରୁଥିବା କମ୍ପାନୀ, ବୈଜ୍ଞାନିକ ଓ ଜ୍ଞାନକୌଶଳ ଉପକରଣ, ସାଟେଲା ଇଟରେ ବ୍ୟବହୃତ ହେଉଥିବା ଉପକରଣ

୧୨ ପ୍ରତିଶତରୁ କମ୍ ହୋଇ ୫ ପ୍ରତିଶତ ହୋଇଥିିବା ସାମଗ୍ରୀ –
ବେତରେ ତିଆରି ସାମଗ୍ରୀ, ଷ୍ଟ୍ର, ଭାସମାନ ସାମଗ୍ରୀ, ଭେଲଭେଟ୍ ଫ୍ୟାବ୍ରିକ

୩ ପ୍ରତିଶତରୁ ୦.୨୫ ପ୍ରତିଶ ହୋଇଥିବା ସାମଗ୍ରୀ-
ହୀରା ଓ ଅନ୍ୟ ଦାମୀ ପଥର

କେଉଁ ସାମଗ୍ରୀରେ ବଢ଼ିବ ଜିଏସଟି –
ଚାଉଳ କୁଣ୍ଡାରେ ଜିଏସଟି ୦ ରୁ ବଢ଼ି ୫ ପ୍ରତିଶତ କରାଯାଇଛି , ସିଗାରେଟ୍ ଫିଲଟର ରଡ଼ରେ ଜିଏସଟି ୧୨ ପ୍ରତିଶତରୁ ବୃଦ୍ଧି ପାଇ ହୋଇଛି ୧୮ ପ୍ରତିଶତ ।

ଏବେ ଠାରୁ ଏଣ୍ଟ୍ରାନ୍ସ ଫି ଉପରେ ଲାଗିବ ନାହିଁ ଜିଏସଟି-
– ସମସ୍ତ ଶିକ୍ଷାନୁଷ୍ଠାନରେ ଆଡ଼ମିସନ କିମ୍ବା ପରୀକ୍ଷା ଉପରେ ଆଦାୟ ହେଉଥିବା ଜିଏସଟି କୋହଳ କରାଯାଇଛି । ଏବେଠାରୁ ତାଙ୍କୁ ପ୍ରବାଶ ପରୀକ୍ଷା ଉପରେ ଜିଏସଟି ଦେବାକୁ ପଡ଼ିବ ନାହିଁ ।
– ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟତ୍ରୀଙ୍କ ନେବାଆଣିବା ସେବା ଉପରେ ମଧ୍ୟ ଜିଏସଟି କୋହଳ କରାଯାଇଛି ।

ଜାଣନ୍ତୁ କେଉଁ କେଉଁ ସେବା ଉପରେ କୋହଳ ହୋଇଛି ଜିଏସଟି –
– ଆରଟିଆଇ ଆକ୍ଟ ଅନୁସାରେ ସୂଚନା ଦେଉଥିିବା ସେବା ଉପରେ ଜିଏସଟି ରିହାତି ମିଳିବ ।
– ଟେଲରିଂ ସେବା ଉପରେ ଜିଏସଟି ଦର ୧୮ ପ୍ରତିଶତରୁ ହ୍ରାସ କରିି ୫ ପ୍ରତିଶତ ରଖାଯାଇଛି ।
– ଥିମ ପାର୍କ, ୱାଟର କାର୍ପ, ଆଦି ସେବାରେ ଏବେ ଠାରୁ ୧୮ ପ୍ରତିଶତ ଜିଏସଟି ଲାଗିବ ଯାହା ପୂର୍ବରୁ ଥିଲା ୨୮ ପ୍ରତିଶତ ।
– ଭାରତ ବାହାରକୁ ବିମାନ ସାହଯ୍ୟରେ ପଠାଯାଉଥିବା ସାମଗ୍ରୀ ଉପରେ ରିହାତି ପ୍ରଦାନ କରାଯାଇଛି ।
– ମେଟ୍ରୋ, ମିନେରାଲ କନଷ୍ଟ୍ରକ୍ସନ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୧୨ ପ୍ରତିଶତ ରଖି ଦିଆଯାଇଛି ।
– ଲେଦର ତିଆରି ସାମଗ୍ରୀ ଓ ଫୁଟୱେରର ତିଆରି ପାଇଁ ଲାଗୁଥିବା ସାମଗ୍ରୀ ଉପରେ ଲାଗୁଥିବା ଜିଏସଟି ୫ ପ୍ରତିଶତ କରିଦିଆଯାଇଛି ।

କେଁଉ ସାମଗ୍ରୀ ହେଲା ଟାକ୍ସ ଫ୍ରି
– କାନ ମେସନି ତିଆରି ପାଇଁ ବ୍ୟବହାର ହେଉଥିବା ଉପକରଣ, ହସ୍ତଶିଳ୍ପ ସାମଗ୍ରୀ ପାଇଁ ସାମିଲ ଥିବା ୪୦ ପ୍ରକାର ବସ୍ତର ଉପରେ କୌଣସି ଟାକ୍ସ ଲାଗିବ ନାହିଁ ।