ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ ଜିତିଲା କେକେଆର୍ । ଚେନ୍ନାଇକୁ ୬ ୱିକେଟରେ ହରାଇଲା କୋଲକାତା ।

133

କନକ ବ୍ୟୁରୋ: ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ ଜିତିଲା କେକେଆର୍ । ଚେନ୍ନାଇ ସୁପରକିଙ୍ଗସକୁ ହରାଇ କେକେଆର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି । ତେବେ ଚେନ୍ନାଇ ଧାର୍ଯ୍ୟ କରିଥିବା ୧୩୨ ରନର ବିଜୟ ଲକ୍ଷ୍ୟକୁ ଦଳ ୧୮.୩ ଓଭରରେ ମାତ୍ର ୪ ୱିକେଟ୍ ହରାଇ ସଂଗ୍ରହ କରିନେଇଛି ।

ଆଜି ଟସ୍ ଜିତି କେକେଆର୍ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଚେନ୍ନାଇକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଦଳର ଦୁଇ ଓପନର ମାତ୍ର ୨୮ ରନ୍ ଭିତରେ ହିଁ ପ୍ୟାଭିଲିୟନ୍ ଫେରିଯାଇଥିଲେ । ତେବେ ଏହାପରେ ରବିନ ଉତ୍ଥାପା କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ ବି ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଶେଷ ଆଡକୁ ଧୋନୀଙ୍କ ୩୮ ବଲରୁ ଅର୍ଦ୍ଧଶତକ ମାରିବା ସହିତ ଅଧିନାୟକ ଜାଡେଜା ୨୮ ବଲରୁ ୨୬ ରନ୍ କରିଥିଲେ ।

କୋଲକାତା ପକ୍ଷରୁ ଦ୍ରୁତ ବୋଲର ଉମେଶ ଯାଦବ ୨ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା କେକେଆର ବ୍ୟାଟ୍ସମ୍ୟାନମାନେ ଚମକ୍ରାର ବ୍ୟାଟିଂ କରିଥିଲେ । ସମସ୍ତଙ୍କ ମିଳିତ ପ୍ରୟାସ ଓ ରାହାଣେଙ୍କ ୪୪ ରନର ଉପଯୋଗୀ ଇଂନିସ ବଳରେ ଦଳ ଏହି ବିଜୟ ହାସଲ କରିଥିଲା ।