ସପ୍ତାହେ ଭିତରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଏବଂ ୧୦ତାରିଖରେ ଓଡ଼ିଶା ଆସିବାର ରହିଛି କାର୍ଯ୍ୟକ୍ରମ । 

233

କନକ ବ୍ୟୁରୋ: ମୋଦିଙ୍କ ଫୋକସରେ ଓଡ଼ିଶା ନିର୍ବାଚନ । ମାରାଥନ୍ ଗସ୍ତ କରି ଭୋଟ୍ ମାଗିବା ପାଇଁ କରିବେ ସମାବେଶ, ଏବଂ ରୋଡ୍ ସୋ । ଆସନ୍ତା ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱରରେ ରୋଡ୍ କରିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ବିଶାଳ ରୋଡ ସୋ କରିବା ସହ  ଏକାମ୍ର, ଉତ୍ତର ଓ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରାଲି କରିବେ ମୋଦି ।

ସେପଟେ ଆସନ୍ତାକାଲି ମଧ୍ୟ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲା ରାଜ୍ୟ ବିଜେପି । କାଲି ରାତି ୯ଟା ୩୦ରେ ଭୁବନେଶ୍ୱରରେ ପହଁଚିବେ । ଏହାପୂୂର୍ବରୁ ଅପରାହ୍ଣରେ ଆସି ପହଁଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଁଚିବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତହାର ଜାରି କରିବେ । ଏହାସହ ନିର୍ବାଚନ ରଣନୀତି ନେଇ ବରିଷ୍ଠ ନେତା ଓ କର୍ମୀଙ୍କ ସହ ଆଲୋଚନା କରିବେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିରେ ପହଁଚିବା ପରେ ଭୁବନେଶ୍ୱରରେ ରାତି କାଟିବେ । ସୋମବାର ସକାଳୁ ବ୍ରହ୍ମପୁର ଯିବେ । ପରେ ନବରଙ୍ଗପୁରରେ ବି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ।