ଜୟପୁର ଓ ନବରଙ୍ଗପୁରରେ ଭି କେ ପାଣ୍ଡିଆନଙ୍କ ମାରାଥନ୍ ପ୍ରଚାର । କହିଲେ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ।

55

କନକ ବ୍ୟୁରୋ: ଜୟପୁର ଓ ପରେ ନବରଙ୍ଗପୁରରେ ଜୋରଦାର ପ୍ରଚାର କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ୍ । ଏଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ସରକାରୀ ଯୋଜନା ବିଷୟରେ ଗୋଟି ଗୋଟି କରି ଜନତାଙ୍କୁ ପଚାରିଥିଲେ ପାଣ୍ଡିଆନ୍ । କୋରାପୁଟରେ ବଡ ବଡ ବ୍ରିଜ୍, ଦେବଭୂମିର ବିକାଶ, ଅନ୍ୟ ଯୋଜନା ସବୁ କିଏ କରିଛି ବୋଲି ପଚାରିଥିଲେ ପାଣ୍ଡିଆନ୍ ।

ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ୫ ବର୍ଷ ପରେ ପୁଣି ସୁଯୋଗ ଆସିଛି ନିଜ ମତ ସାବ୍ୟସ୍ତ କରିବା ପାଇଁ । ଏହାକୁ ହାତଛଡା ନକରି ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ । ରାଜ୍ୟର ବିକାଶ ପାଇଁ ସବୁବେଳେ ଚେଷ୍ଟା କରିଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ୍ ।