ପ୍ରଥମ ମ୍ୟାଚରେ ଧୋନୀଙ୍କ ଅର୍ଦ୍ଧଶତକ । କେକେଆରକୁ ୧୩୨ ରନ୍ ଟାର୍ଗେଟ ଦେଲା ସିଏସକେ ।

145

କନକ ବ୍ୟୁରୋ: ଧୋନୀଙ୍କ ଦମଦାର ଅର୍ଦ୍ଧଶତକ । ପ୍ରଥମ ଇଂନିସରେ ୧୩୧ ରନ୍ କଲା ସିଏସକେ । କୋଲକାତା ବିପକ୍ଷ ଆଇପିଏଲ୍ ପ୍ରଥମ ମ୍ୟାଚର ପ୍ରଥମ ଇଂନିସରେ ଚେନ୍ନାଇ ସୁପର କିଙ୍ଗସ୍ ୨୦ ଓଭରରେ ୧୩୧ ରନ୍ କରିବାକୁ ସକ୍ଷମ ହୋଇଛି ।

ଆଜି ଟସ୍ ଜିତି କେକେଆର୍ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଚେନ୍ନାଇକୁ ଲାଗିଥିଲା ପ୍ରାରମ୍ଭିକ ଝଟକା । ଦଳର ଦୁଇ ଓପନର ମାତ୍ର ୨୮ ରନ୍ ଭିତରେ ହିଁ ପ୍ୟାଭିଲିୟନ୍ ଫେରିଯାଇଥିଲେ । ତେବେ ଏହାପରେ ରବିନ ଉତ୍ଥାପା କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ ବି ବଡ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଶେଷ ଆଡକୁ ଧୋନୀଙ୍କ ୩୮ ବଲରୁ ଅର୍ଦ୍ଧଶତକ ମାରିବା ସହିତ ଅଧିନାୟକ ଜାଡେଜା ୨୮ ବଲରୁ ୨୬ ରନ୍ କରିଥିଲେ ।

କୋଲକାତା ପକ୍ଷରୁ ଦ୍ରୁତ ବୋଲର ଉମେଶ ଯାଦବ ୨ଟି ଏବଂ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଆଉ ଏବେ ଏହି ମ୍ୟାଚ୍ ଜିତିବାକୁ କୋଲକାତାକୁ ୧୩୨ ରନ୍ କରିବାକୁ ହେବ ।