କର୍କଟ ରୋଗରେ ପୀଡିତ ବିଟ୍ରେନ କିଙ୍ଗ ଚାଲର୍ସ ତୃତୀୟ । ବଙ୍କିହୋମ ପ୍ୟାଲେସ ପକ୍ଷରୁ ସୂଚନା, ରାଜପ୍ରସାଦରେ ଚାଲିଛି ଚିକିତ୍ସା

193

କନକ ବ୍ୟୁରୋ : ବ୍ରିଟେନର କିଙ୍ଗ ଚାଲର୍ସ ତୃତୀୟଙ୍କୁ କର୍କଟ ରୋଗ । ଚାଲର୍ସ କର୍କଟ ରୋଗରେ ପୀଡିତ ଥିବା ନେଇ ବିଟ୍ରେନ ବକିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ୭୫ବର୍ଷୀୟ ଚାଲର୍ସ ପ୍ରୋଷ୍ଟେଟ ରୋଗରେ ପୀଡିତ ଥିବା ସହ କ୍ରମଶ ସେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡିଛି । ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ ଚିକି୍ତ୍ସା କରୁଛନ୍ତି । ରାଜପ୍ରସାଦରେ ଚାଲିଛି ଚିକିତ୍ସା । ୨୦୨୨ ସେପ୍ଟେମ୍ବରରେ ବିଟ୍ରେନ ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ କିଙ୍ଗ ଚାଲର୍ସ ତୃତୀୟ ରାଜା ହୋଇଥିଲେ । ମେ ମାସରେ ରାଜ୍ୟାଭିକେ ହେବା ସହ ବିଟ୍ରେନର ରାଜା ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଚାଲର୍ସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।