ବିବାଦରେ ଭାରତୀୟ ହକି ଖେଳାଳୀ ବରୁଣ କୁମାର । ବରୁଣଙ୍କ ନାଁରେ ପସ୍କୋ ଆକ୍ଟରେ ମାମଲା ରୁଜୁ, ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ

128

କନକ ବ୍ୟୁରୋ : ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ । ବେଙ୍ଗାଲୁରୁର ଜଣେ ଯୁବତୀ ବରୁଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସର ସୁଚନା ଅନୁସାରେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଗତ ୫ବର୍ଷ ହେବ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଇନଷ୍ଟାଗ୍ରାମରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଓ ପରେ ଅନ୍ତରଙ୍ଗ ସମ୍ପର୍କ ଗଢ଼ିଉଠିଥିଲା । ବେଙ୍ଗାଲୁରରେ ଖେଳିବାକୁ ଯାଉଥିବା ସମୟରେ ବରୁଣ ତାଙ୍କ ସହ ଶାରିରିକ ସମ୍ପର୍କ ରଖୁଥିବା ଯୁବତୀ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୁଲିସ ହକି ଖେଳାଳୀଙ୍କ ନାଁରେ ମାମଲା ରୁଜୁ କରିଛି । ବରୁଣ କୁମାର ହେଉଛନ୍ତି ହିମାଚଳବାସିନ୍ଦା । ଅଭିଯୋଗ ପରଠୁ ସେ ଫେରାର ଅଛନ୍ତି । ତେବେ ଯୁବତୀ ୧୭ବର୍ଷ ବୟସର ହୋଇଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିବାରୁ ବରୁଣଙ୍କ ନାଁରେ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।