କଟା ପାପୁଲିର ରହସ୍ୟ ଖୋଲିଲା ଖୋର୍ଦ୍ଧା ପୋଲିସ । ଟ୍ରେନ୍ ଧକ୍କାରେ କଟିଯାଇଥିଲା ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ହାତ ।

402

କନକ ବ୍ୟୁରୋ: କଟା ପାପୁଲିର ରହସ୍ୟ ଖୋଲିଲା ଖୋର୍ଦ୍ଧା ପୋଲିସ । ଆଜି ସକାଳେ ଜଙ୍କିଆ ଥାନା ମାନପୁର ଗାଁ ନିକଟରୁ କଟା ପାପୁଲି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଆଖପାଖରେ ହତ୍ୟାକାଣ୍ଡ ଘଟିଛି କି ଦୁର୍ଘଟଣାରେ ହାତ ଛିଣ୍ଡିଛି ତାକୁ ନେଇ ପୋଲିସ ତଦନ୍ତ ଚଳାଇଥିଲା । ପୋଲିସ ତଦନ୍ତରୁ ଜଣାପଡିଛି, ଏହା ଏକ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର କଟା ହାତ । ତାପଙ୍ଗ ରେଳ ଷ୍ଟେସନ ନିକଟ କଞ୍ଚିଲେ ଲେବଲ କ୍ରସିଂ ନିକଟରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଯୁବକଙ୍କ ହାତ ଟ୍ରେନ ଧକ୍କାରେ କଟିଯାଇଥିଲା । କୁକୁର ସେ କଟା ପାପୁଲିକୁ ଆଣି ମାନପୁରର ଏକ ବିଲରେ ପକାଇଥିଲା । ବିଲରେ ପାପୁଲିକୁ ଏକ କୁକୁର ଝୁଣି ଖାଉଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାପୁଲିକୁ ଜବତ କରି ତଦନ୍ତ ଆରମ୍ଭ କରିିଥିଲା । ଜଙ୍କିଆ ପୋଲିସ ପରେ ରେଳ ବିଭାଗ ପୋଲିସ ସହ ଯୋଗାଯୋଗ ପରେ ପୁରା ଘଟଣା ସାମ୍ନାକୁ ଆସିଛି ।