ଟ୍ରେନରେ ସିଟକୁ ନେଇ ବିବାଦ : ଯାତ୍ରୀଙ୍କୁ ପୋଡ଼ି ମାରିଦେଲା ଦୁର୍ବୃତ୍ତ; ୯ ଜଣ ଗୁରୁତର, ୩ ମୃତ

3,754

କନକ ବ୍ୟୁରୋ : ଟ୍ରେନରେ ଯାତ୍ରୀଙ୍କୁ ପୋଡି ମାରିଲା ଦୁର୍ବୃତ୍ତ । ଟ୍ରେନରେ ସିଟକୁ ନେଇ ବିବାଦ ହେବାରୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଏପରି ଅଭାବନୀୟ ଘଟଣା କେରଳରେ ଘଟିଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଟ୍ରେନ୍ ଟ୍ରାକରୁ ଜଣେ ମହିଳା, ଜଣେ ଛୋଟ ପିଲା ଓ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଟ୍ରେନରେ ଚଢିବା ପରେ ବସିବାକୁ ନେଇ ବଚସା ହୋଇଥିଲା । ବିବାଦ ଏପରି ଉଗ୍ର ରୂପ ନେଇଥିଲା ଯେ, ତିନି ଜଣ ଦୁର୍ବୃତ୍ତ ଅଲପୁଝା-କନୌର ଟ୍ରେନରେ ନିଆଁ ଲଗାଇ ଦେଇଥିଲା । ଏହା ପରେ ତିନି ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଘଟଣା ନେଇ ରେଳବାଇକୁ ସୂଚନା ଦେଇଥିଲେ । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।