ନଡ଼ିଆ ତେଲର ୭୪ଟି ବ୍ରାଣ୍ଡରେ ଅପମିଶ୍ରଣ ଆଶଙ୍କା ! ଉତ୍ପାଦନ ଓ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
କନକ ବ୍ୟୁରୋ : କେରଳର ଖାଦ୍ୟ ସୁରକ୍ଷା ବିଭାଗ ନଡିଆ ତେଲର ୭୪ଟି କମ୍ପାନିର ବିକ୍ରି, ବିତରଣ, ଭଣ୍ଡାର ଏବଂ ତାହାର ମେନ୍ୟୁଫେକ୍ଚର ଉପରେ ପ୍ରତିବନ୍ଧକ ଲାଗାଇଛନ୍ତି । ଖାଦ୍ୟ ସୁରକ୍ଷା ବିଭାଗର ମୁଖ୍ୟ ଆନନ୍ଦ ସିଂହ ଏକ ନୋଟିସ୍ ଜାରି କରି କହିଛନ୍ତି । ଯେଉଁଥିରେ ୭୪ଟି କମ୍ପାନିର ନଡିଆ ତେଲରେ ମିଶ୍ରଣ କରାଯାଉଥିବା ସଙ୍କେତ ମିଳିଛି । ଏହି କମ୍ପାନି ଖାଦ୍ୟ ସୁରକ୍ଷା ମାନକ ଅଧିନିୟମ ୨୦୦୬ର ଉଲ୍ଲଂଘନ କରିଛନ୍ତି, ଏଥିପାଇଁ ଏମାନଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ନଡିଆ ତେଲର ମିଶ୍ରଣ କରିବା ସହିତ ଖରାପ ଗୁଣାବତ୍ତା ରଖି ବିକ୍ରି କରୁଥିବା କମ୍ପାନିଙ୍କୁ କଡା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶିଲଜା ଖାଦ୍ୟ ସୁରକ୍ଷା ବିଭାଗକୁ ମିଶ୍ରଣ ସାମଗ୍ରୀର ମେନ୍ୟୁଫେକ୍ଚରିଂ ଓ ତାର ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।