ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରୁ ଆସିଲା ବଡ ଖବର । ୨୦୨୪ରେ ଏକାଠି ମିଶି ଲଢିବେ ଜେଡିଏସ-ବିଜେପି

4,210

କନକ ବ୍ୟୁରୋ : କର୍ଣ୍ଣାଟକ ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିରୁପ୍ପାଙ୍କ ବଡ ବୟାନ । କହିଲେ ୨୦୨୪ ଲୋକସଭା ନିର୍ବାଚନରେ ଏକାଠି ମିଶି ନିର୍ବାଚନ ଲଢିବେ ବିଜେପି ଓ ଜେଡିଏସ । କିଛି ଦିନ ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ ପରସ୍ପର ବିରୋଧରେ ଲଢିଥିବା ଏହି ଦୁଇ ଦଳ ହାତ ମିଶାଇଥିବା ସୂଚନା ମିଳିଛି । ୟେଦିରୁପ୍ପା କହିଛନ୍ତି ଜେଡିଏସ ମୁଖ୍ୟ ଏଚଡି ଦେବଗୌଡା ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରି ଏକାଠି ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି । କର୍ଣ୍ଣାଟକରେ ଜେଡିଏସକୁ ବିଜେପି ୪ଟି ଆସନ ଛାଡିବ ବୋଲି ନିଷ୍ପତି ନେଇଛି ଦଳ । ତେବେ ୟେଦିରୁପ୍ପାଙ୍କ ଏଭଳି ବୟାନ ଉପରେ ଜେଡିଏସର କୌଣସି ପ୍ରତିକ୍ରିିୟା ମିଳିପାରିନ । କର୍ଣ୍ଣାଟକରେ ମୋଟ ୨୮ଟି ଲୋକସଭା ଆସନରହିଛି ଗତ ଲୋକସଭା ନିର୍ବାଚନରେ ବିଜେପି ୨୫ ଟି ଆସନରେ ଜିତିଥିଲା । କଂଗ୍ରେସ ଓ ଜେଡିଏସ ଖାତାକୁ ଆସିଥିଲା ଗୋଟିଏ ଲେଖାଏଁ ଆସନ    । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବାକୁ ହେଲେ ଜେଡିଏସର ସହଯୋଗ ଦରକାର ବୋଲି ବିଜେପି ଅନୁଭବ କରୁଛି