କର୍ଣ୍ଣାଟକରେ ସୋମବାରଠୁ ହଟିବ ନାଇଟ କର୍ଫ୍ୟୁ, ଖୋଲିବ ସ୍କୁଲ କଲେଜ : କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ଚାଲିବ ପାଠପଢା

90

କନକ ବ୍ୟୁରୋ : ଆସନ୍ତା ସୋମବାର ଠାରୁ କର୍ଣ୍ଣାଟକରେ ହଟିବ ରାତ୍ରି କାଳୀନ କର୍ଫ୍ୟୁ । ବାଙ୍ଗାଲୁରୁର ସମସ୍ତ ସ୍କୁଲ କଲେଜ ପୂର୍ବ ଭଳି ଖୋଲିବ । କୋଭିଡ କଟକଣା ମାନି ସମସ୍ତ ଶିକ୍ଷାନୁଷ୍ଠାନରେ ପାଠପଢା ଚାଲିବ । ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିବା ପରେ ରାଜ୍ୟ ସରକାର ଏହି ନିଷ୍ପତି ନେଇଥିବା କହିଛନ୍ତି, କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ । ନୂଆ ଗାଇଡଲାଇନ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ପୂର୍ଣ୍ଣ କ୍ଷମତାରେ ଚାଲିବ ।

ପୂର୍ବରୁ କେବଳ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲୁଥିଲା ସରକାରୀ କାର୍ଯ୍ୟାଳୟ । ସେହିପରି କ୍ଲବ, ହୋଟେଲ, ପବ, ବାର, ରେଷ୍ଟୁରାଂଟ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଚଲାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିବାହରେ ସର୍ବାଧିକ ୩ଶହ ଜଣ, ଧାର୍ମିକ ସ୍ଥଳୀ ୫୦ ପ୍ରତିଶତ କ୍ଷମତାରେ ଖୋଲି ପାରିବ । ତେବେ ସାମାଜିକ, ଧାର୍ମିକ, ରାଜନୈତିକ ରାଲି, ସଭା, ସମାବେଶ ଉପରେ ପୂର୍ବ ଭଳି କଟକଣା ବଳବତର ରହିବ । ଥ୍ରିଏଟର, ମଲଟିପ୍ଲେକ୍ସ, ଅଡିଟୋରିୟମ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଏହାଛଡା କେରଳ, ମହାରାଷ୍ଟ୍ର ସୀମାରେ ପୂବ ର୍ଭଳି ଯାଂଚ କଡା କଡି ରହିବ ବୋଲି ସୂଚନା ମିଳିଛି ।