ପୁଣି ସାମ୍ନାକୁ ଆସିଲା କଂଗ୍ରେସ କନ୍ଦଳ: ଗାଦିରୁ ଗାନ୍ଧୀ ପରିବାର ହଟି ନୂଆ ନେତୃତ୍ୱକୁ ସୁଯୋଗ ଦେବା ପାଇଁ କପିଲ ସିବଲଙ୍କ ଜୋର

281

କନକ ବ୍ୟୁରୋ: ପୁଣି କଂଗ୍ରେସର କନ୍ଦଳକୁ ପଦାରେ ପକାଇଲେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଦଳରେ ଗାନ୍ଧୀ ପରିବାର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ସିବଲ । ସିବଲ ନିଜ ମତାମତ ରଖି କହିଛନ୍ତି କି ବର୍ତମାନ ସମୟ ଆସିଛି ନେତୃତ୍ୱ ପରିବର୍ତନର ।ତେଣୁ ପରାର୍ମଶ ଆଳରେ ସେ କହିଛନ୍ତି ସ୍ୱଇଚ୍ଚାରେ ଗାନ୍ଧୀ ପରିବାର ଗାଦୀ ଛାଡିବା ସହ ଅନ୍ୟକୁ ଦଳର ନେତୃତ୍ୱ ନେବାକୁ ମୌକା ଦେଉ ।କପିଲଙ୍କ ଏହି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ କପିଲ ଆରଏସଏସ ଓ ବିଜେପିର ଭାଷା କହୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛି କଂଗ୍ରେସ ।

ଏବେ ଏଭଳି କିଛି ବୟାନ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ସୋନିଆ ଗାନ୍ଧିଙ୍କ ନେତୃତ୍ୱ ଉପରେ ଦଳ ବିଶ୍ୱାସ ଜାରି ରଖିଥିବାବେଳେ ଅନ୍ୟପଟେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଏହି ବିସ୍ଫୋରକ ବୟାନ ଦେଇଛନ୍ତି କପିଲ ସିବଲ । ସିବଲ କହିଛନ୍ତିି କି ବର୍ତମାନ ସମୟ ଆସିଛି ଗାନ୍ଧୀ ପରିବାର କଂଗ୍ରେସ ଶାସନ ଗାଦୀରୁ ହଟୁ । ଆଗକୁ ଏହି ଦାୟିତ୍ୱ ପାଇଁ ଅନ୍ୟମାନଙ୍କୁ ସୁଯୋଗ ଦିଆଯାଉ । ଏଥିସହ ସେ କହିଛନ୍ତି କି କୌଣସି ଚାପ କିମ୍ବା ବଳ ପ୍ରୟୋଗରେ ନୁହେଁ ନିଜ ଇଚ୍ଚାରେ ଗାନ୍ଧୀ ପରିବାର ଶାସନ ଗାଦୀ ଛାଡିବା ଉଚିତ । ସିବଲ ନିଜ ମତ ରଖି କହିଛନ୍ତି ସିଡବ୍ଲ୍ୟୁସି ବାହାରେ ମଧ୍ୟ ଆଉ ଏକ କଂଗ୍ରେସ ରହିଛନ୍ତି । ଯେଉଁଥିରେ ଅନ୍ୟ ରାଜ୍ୟର କଂଗ୍ରେସ ନେତୃତ୍ୱ ଓ ସିଡବ୍ଲ୍ୟୁସିରେ ନଥିବା ବରିଷ୍ଟ ନେତା ବି ଅଛନ୍ତିି । ସେମାନଙ୍କ ମତାମତ ଓ ଚିନ୍ତାଧାରକୁ ସମ୍ମାନ ଦେବା ମଧ୍ୟ ଉଚିତ ଓ ଏହା ତାଙ୍କର ବ୍ୟକ୍ତିଗତ ବିଚାର ବୋଲି ସିବଲ କହିଛନ୍ତି ।

ସିବଲ ନିଜ ମତ ରଖି କହିଛନ୍ତି ଜନତା ଘରୋଇ କଂଗ୍ରେସ ନୁହେଁ ସମସ୍ତ କଂଗ୍ରେସ ଆବଶ୍ୟକ କରୁଛନ୍ତି । କଂଗ୍ରେସରେ ସେ ପରିବାରବାଦ ଚାହୁଁନାହାଁନାନ୍ତି । ଏଥିସହ ସିବଲ କହିଛନ୍ତି ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ସମସ୍ତଙ୍କ କଂଗ୍ରେସ ପାଇଁ ଲଢେଇ ଜାରି ରଖିବେ । ଏହି ସାକ୍ଷାତକାର ସମୟରେ ରାହୁଲ ଗାନ୍ଧୀଙ୍କୁ ପରବତୀ କଂଗ୍ରେସ ସଭାପତି କରାଯିବା ନେଇ ପ୍ରଶ୍ନ ପଚାରଯାଇଥିଲା । ଯାହାର ଉତରରେ ସିବଲ କହିଛନ୍ତି ରାହୁଲ ସଭାପତି ନଥିବା ସତ୍ୱେ ସମସ୍ତ ନିଷ୍ପତି ନେଉଛନ୍ତି । ସିବଲଙ୍କ ଏହି ବୟାନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ଲୋକସଭାରେ ଦଳର ସଚେତକ ମାନକମ ଟାଗୋର । ସିବଲ ଆରଏସଏସ ଓ ବିଜେପିର ଭାଷା କହୁଛନ୍ତି ବୋଲି ଟାର୍ଗେଟ କରିଛନ୍ତି ଟାଗୋର ।

୨୦୨୦ ମସିହାରୁ କଂଗ୍ରେସରେ ନେତୃତ୍ୱ ପରିବର୍ତନ ପାଇଁ କିଛି ବରିଷ୍ଠ ନେତା ସ୍ୱର ଉତୋଳନ କରି ଆସୁଛନ୍ତି । ସେମାନଙ୍କ ମଧ୍ୟରେ କପିଲ ସିବଲ ମଧ୍ୟ ରହିଛନ୍ତି । ବର୍ତମାନ୫ରାଜ୍ୟର ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଚାଲିଛି ଘନ ଘନ ବୈଠକରେ ମାନସମନ୍ଥନ ଏହା ଭିତରେ ସିବଲଙ୍କ ଏହି ମନ୍ତବ୍ୟ ପୁଣି କଂଗ୍ରେସରେ ଥିବା ଅର୍ନ୍ତକନ୍ଦଳକୁ ପଦାରେ ପକାଇଛି ।