କଟକ : ଚିଠି ଆସିବାର ୨ ବର୍ଷ ପରେ ବି ଘର ଖଣ୍ଡିଏ ପାଇଁ ନାହାନ୍ତି ଦିବ୍ୟାଙ୍ଗ ସନାତନ

29

କନକ ବ୍ୟୁରୋ : ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ ଏହାର ସୁଫଳ ପାଉନାହାନ୍ତି ସବୁ ଦିବ୍ୟାଙ୍ଗ । ଏପରି ଘଟିଛି କଟକ ଜିଲ୍ଲା କଂଟାପଡା ବ୍ଲକ ନୂଆଗାଁର ଦିବ୍ୟାଙ୍ଗ ସନାତନ ଦଳେଇଙ୍କ କ୍ଷେତ୍ରରେ । ଗତ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରଙ୍କ ଗ୍ରୀଭାନ୍ସରୁ ସନାତନଙ୍କୁ ଏକ ଘର ଦେବା ପାଇଁ କଂଟାପଡା ବ୍ଲକକୁ ଚିଠି ଆସିଛି । ଏହାରି ଭିତରେ ଚିଠି ଆସିବାର ୨ ବର୍ଷ ବିତିଯାଇଛି । ହେଲେ ଘର ପାଇ ନାହାନ୍ତି ସନାତନ ।

ଘର ଖଣ୍ଡିଏ ପାଇଁ ଦିବ୍ୟାଙ୍ଗ ସନାତନ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ବି କେହି ଶୁଣୁ ନାହାନ୍ତି । ଏବେ ଚାଳଛପର ଘରେ ବହୁ କଷ୍ଟରେ ରହୁଛନ୍ତି ସନାତନଙ୍କ ପରିବାର । ଏନେଇ ନୂଆଗାଁ ପଂଚାୟତର ସରପଂଚଙ୍କୁ ପଚାରିବାରୁ ସେ କହିଛନ୍ତି ଭିନ୍ନକ୍ଷମ ସନାତନ ଇନ୍ଦିରାଆବାସ ଘର ପାଇବାକୁ ହକଦାର । ହେଲେ ସେ କାହିଁକି ଘର କରପାରିନାହାନ୍ତି ଏନେଇ ସରପଂଚ କିଛି କହିପାରିନାହାନ୍ତି । ଅନ୍ୟପଟେ ସନାତନଙ୍କ ପ୍ରସଙ୍ଗରେ ପ୍ରଶାସନିକ ଅଧିକାରୀ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି ।