ରିଲିଜ୍ ହେଲା ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘କାହାଣୀ ୨’ର ଟ୍ରେଲର୍

42

ରିଲିଜ୍ ହୋଇଛି ବିଦ୍ୟା ବାଲନଙ୍କ ଆଗାମୀ ଫିଲ୍ମ ‘କାହାଣୀ ୨’ର ଟ୍ରେଲର୍ । ଟ୍ରେଲରରେ ରହିଛି ବିଦ୍ୟାଙ୍କ ଦମଦାର୍ ଅଭିନୟ ସହ ତାଙ୍କର ସଂଘର୍ଷପୂର୍ଣ୍ଣ କାହାଣୀ । ଫିଲ୍ମଟି ହେଉଛି ୨୦୧୨ରେ ଆସିଥିବା ସୁପରହିଟ୍ ମୁଭି ‘କାହାଣୀ’ର ସିକ୍ୱେଲ୍ । କିଛି ଦିନ ତଳେ ଫିଲ୍ମର ପୋଷ୍ଟରରେ ବିଦ୍ୟାଙ୍କୁ ଜଣେ ମୋଷ୍ଟ୍ ୱାଂଟେଡ୍ କ୍ରିମିନାଲ୍ ହିସାବରେ ଦେଖାଯାଇଥିଲା । ଯାହା ଫଳରେ ଫିଲ୍ମରେ ବିଦ୍ୟାଙ୍କ ରୋଲକୁ ନେଇ ସସପେନ୍ସ ଆରମ୍ଭ ହୋଇଥିଲା ।
‘କାହାଣୀ’ ମୁଭିରେ ବିଦ୍ୟା ନିଜର ସ୍ୱାମୀଙ୍କୁ ଖୋଜୁଥିବାବେଳେ ଏକ ଛୋଟ ଝିଅ ସହ ବିଦ୍ୟାଙ୍କ ସଂପର୍କକୁ ନେଇ ହୋଇଛି ‘କାହାଣୀ-୨’ । ଫିଲ୍ମରେ ଅର୍ଜୁନ ରାମପାଲ ଜଣେ ପୁଲିସ ଅଫିସର ଭୂମିକାରେ ନଜର ଆସିଛନ୍ତି । ଡିସେମ୍ବର ୨ ରେ ରିଲିଜ ହେବ ଫିଲ୍ମ ‘କାହାଣୀ ୨’ ।

ଦେଖନ୍ତୁ ବିଦ୍ୟାଙ୍କ ଦମଦାର୍ ଅଭିନୟ ଏହି ଭିଡିଓରେ :